ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅନ୍ତ ଘଟାଇଲା ପୋଲିସ ।ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ଆଠ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ପରେ ନ୍ୟାୟ ମିଳିଛି ପରିବାର ବର୍ଗକୁ ।ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର 11 ବର୍ଷର ନବାଳିକା କୁ ଦୁଷ୍କର୍ମ ଓ ହତ୍ୟା କରି ସ୍କୁଲ ପଛପଟେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା ।ଅଭିଯୋଗ ପ୍ରକାରେ ନବରଙ୍ଗପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏ ଘଟଣା ନେଇ ନବରଙ୍ଗପୁର ଜିଲ୍ଲାବାସୀ ନିନ୍ଦା କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଉ ବୋଲି ଦାବି କରିଥିଲେ । ପୋଲିସ ସନ୍ଦେହ କରି କିଛି ଲୋକଙ୍କୁ ଅଟକ ରଖି ତଦନ୍ତ କରିଥିଲା ।ତଦନ୍ତ ପରେ ପୋଲିସ ସେହି ଗ୍ରାମର ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ଅଲେଖ ମାଝୀ ଓ ପରମାନନ୍ଦ ଦିଶାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।