ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ କରୋନା ମହାମାରୀର ଦ୍ଵିତୀୟ ଲହରୀ ଭୟାନକ ପରିସ୍ଥିତି ସୃଷ୍ଟି କରୁଛି। ଏହିବ୍ଳକରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ମୃତ୍ୟୁ ସଂଖ୍ୟାକୁ ଦେଖିଲେ ଏହି ବ୍ଲକରେ ବେସରକାରୀ ଭାବେ ୧୫ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁବରଣ ହେଇଥିବା ବିଭିନ୍ନ ଗାଁର ତଥ୍ୟରୁ ଜଣାଯାଇଛି | ଏବେ ଗାଁ ଗହଳିରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଇଥିବା ଜଣାଯାଉଛି । ଏହି ବ୍ଲକରୁ ଅନେକ କରୋନା ସଂକ୍ରମିତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ରେ ନିଜସ୍ୱ ଖର୍ଚ୍ଚ ରେ ଚିକିତ୍ସା ହେଉଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ଲକଡାଉନ ଓ ଶଟଡାଉନ ନିୟମ ଲାଗୁ କରାଯାଇଥିବାବେଳେ ,ଏହି ବ୍ଲକ ରେ ତାହା ଠିକ୍ ଭାବେ ପାଳନ କରାଯାଉନଥିବା ଦେଖାଯାଉଛି । ଲକଡାଉନ ସମୟରେ ବିଭିନ୍ନ ଦୋକାନ୍ ର ବାହାର ପଟର ସଟର ବନ୍ଦ କରି ପଛପଟ ସଟର ଖୋଲି ଜିନିଷ ପତ୍ର ବିକ୍ରୟ କରୁଥିବା ବେଳେ ନାଉଗାଁ ବଜାର, ଗଙ୍ଗଦା ବଜାର ; ଏବଂ ଅଲଣା ହାଟ ,କଣୁଣୀଆ ହାଟ, ମୁଣ୍ଡାଳ ବଜାର ,ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗହଳି ଚହଳି ଲାଗି ରହୁଛି । ଏ ସମସ୍ତ ଘଟଣା ପ୍ରଶାସନ ଦେଖି ମଧ୍ୟ କୈଣସି ଆଖିଦୃଶିଆ ପଦେକ୍ଷପ ନେଉଥିବାରୁ ଏବେ ଗାଁ ଗହଳିରେ ଗୋଷ୍ଠୀ ସଂକ୍ରମଣ ବ୍ୟାପକ ଭାବରେ ବୃଦ୍ଧିପାଇବା ଲକ୍ଷ୍ୟ କରାଯାଇଛି । ଯାହା ନାଉଗାଁ ପ୍ରଶାସନର ହୁଗୁଳା ନୀତି ଯୋଗୁ ଗୋଷ୍ଠୀ ସଂକ୍ରମଣ ର ବାଟ ଖୋଲୁଥିବା ଦେଖାଯାଉଛି ।