ରାଜ୍ୟସରକାର ଶହେରୁ ଉର୍ଦ୍ଧ୍ବ ଯୋଜନା ପରେ ଯୋଜନା କରି ଚାଲୁ ଥିଲା ବେଳେ ଶ୍ରମିକ ମାନେ ଏଠି କୋଭିଡି 19 ମହାମାରୀର ଯେଉଁ ଦ୍ଵିତୀୟ ଲହରୀ ଆସିଛି ସରକାର କାମ ଯୋଗାଇଦେବା କଥା ମାତ୍ର ଏଠି ଶ୍ରମିକ ମାନେ କାମ ପାଉନାହାନ୍ତି।ତାହା ଆଜି ଦେଖିବାକୁ ମିଳିଛି। ନରସିଂହପୁର ବ୍ଲକ ଅଢେଇଗୁଣ୍ଡି ତନ୍ତୁସମବାୟ ସମିତି ର କାରିଗର ଙ୍କ ଉପରେ ଦାଉ ସାଜିଛି କରୋନା ରୋଗ..!କୋଭିଡ ସଂକ୍ରମଣ ର ଲକଡାଉନ କଟକଣା ଯୋଗୁ ଷାଠିଏ ରୁ ଉର୍ଦ୍ଧ ପରିବାର ନିଜର ଜୀବନ ଜୀବିକା ହରାଇ ଆଜି ତନ୍ତୁ ସମବାୟ ସମିତି କାଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି….!ପ୍ରତେକ ପରିବାର ତନ୍ତ ସାହାଯ୍ୟରେ ବିଭିନ୍ନ ଶାଢ଼ୀ, ଧୋତି, ଗାମୁଛା. ଲୁଙ୍ଗି ଆଦି ବୁଣି ପ୍ରତିଦିନ ଦୁଇଶହ ରୁ ତିନିଶହ ଟଙ୍କା ରୋଜଗାର କରିଥାନ୍ତି…!ଏହି ତନ୍ତ ବୁଣା କାର୍ଯ୍ୟରେ ସମସ୍ତ ସଦସ୍ୟ ନିୟୋଜିତ ହୋଇ ଯେଉଁ ଦୁଇପଇସା ମିଳେ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି..!କୋଭିଡ କଟକଣା ଯୋଗୁ ବଜ଼ାର ବନ୍ଦ ରହୁଥିବାରୁ ବୁଣାକାର ମାନଙ୍କ ସରଞ୍ଜାମ ସୁତା ଏବଂ ବିଭିନ୍ନ ରଙ୍ଗ କଞ୍ଚାମାଲ ସରଞ୍ଜାମ ଆଦି ମିଳିବା ସମ୍ଭବ ହେଉନାହିଁ…!ସେମାନଙ୍କ ଦ୍ଵାରା ନିଜର ହାତ ତିଆରି ବସ୍ତ୍ର ଗୁଡିକ ବଜ଼ାର ରେ ବିକ୍ରି ହୋଇନପାରି ପଡିରହୁଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ କଷ୍ଟ ସାଧ୍ୟ୍ୟ ହୋଇପଡୁଛି…!ପୂର୍ବ ପୁରୁଷ ଅମଳରୁ ଏହି କାର୍ଯ୍ୟ କରି ପରିବାର ଚଳାଇ ଆସୁଥିବା ବେଳେ ଯଦି ଏପରି ଅବସ୍ଥା ଆଗକୁ ହୁଏ ସେମାନଙ୍କ ପରିବାର ଦୃଦିନରେ ଜୀବନ ଅତିବାହିତ କରିବେ ବୋଲି ବୁଣାକାର କହିଛନ୍ତି..!