ନବରଙ୍ଗପୁର ଜିଲ୍ଲାରେ IUCAW ( Investigation Unit of Crime against Women ) ର ନୂତନ ଗୃହ ଲୋକାର୍ପିତ ହୋଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟଳୟ ପରିସରରେ ୯୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି କୋଠା ଆଜି ଉଦଘାଟିତ ହୋଇଛି। ଦକ୍ଷୀଣ ପଶ୍ଚିମାଞ୍ଚଳ ଆଇଜି ଶ୍ରୀ ନୀତି ଶେଖର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି କାର୍ୟ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରକ୍ତ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
୨୦୧୬ ରୁ ଜିଲ୍ଲାରେ ଏହି ୟୁନିଟ କାର୍ୟ୍ୟକ୍ଷମ ଥିବା ବେଳେ ବର୍ତ୍ତମାନ ଏହି ୟୁନିଟ ସ୍ୱତନ୍ତ୍ର ରୂପେ ନିଯୁକ୍ତ ଅଧିକାରୀଙ୍କ ସହାୟତା ରେ କାର୍ୟ୍ୟ କରିବ। ଜିଲ୍ଲାରେ ମହିଳା ମାନଙ୍କ ବିରୋଧ ରେ ହେଉଥିବା ଅପରାଧ ନିମନ୍ତେ ଏହି ୟୁନିଟ କାର୍ୟ୍ୟ କରିବା ସହ ଅପରାଧ କୁ ହ୍ରାସ କରିବା ଦିଗରେ ମଧ୍ୟ କାର୍ୟ୍ୟ କରିବ ବୋଲି ଆଇଜି ଶ୍ରୀ ନୀତି ଶେଖର ସୂଚନା ଦେଇଛନ୍ତି।