ନବରଙ୍ଗପୁର: ଜିଲ୍ଲା ସଭାପତି ଭୁଜବଳ ମାଝୀଙ୍କ ଦ୍ୱାରା ପ୍ରାଥୀତ୍ୱ ଚୟନରେ ପରିବାରବାଦ ଅଭିଯୋଗ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସରେ ଝଡ । ରାଜ୍ୟ କଂଗ୍ରେସର ପାର୍ଥି ଚୟନ କୁ ଓ ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀଙ୍କ ଦ୍ୱାରା କର୍ମୀଙ୍କୁ ଅଣଦେଖା ସହ ପରିବାରବାଦ କରାଯାଉଥିବା ଅଭିଯୋଗ କରି ଜିଲ୍ଲା କଂଗ୍ରେସର ପଦପଦବୀରେ ଥିବା କର୍ମୀ ଓ ଆଶାୟି ପ୍ରାର୍ଥୀମାନେ ପଦପଦବୀରୁ ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି । ପିସିସି ସଭାପତିଙ୍କୁ ଏନେଇ ଇସ୍ତଫାପତ୍ର ପଠାଇଛନ୍ତି । ଏହାସହ ଜିଲ୍ଲା ସଭାପତି ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ଟିକେଟ ବଣ୍ଟନ କରିଥିବା ଅଭିଯୋଗ କରିଛନ୍ତି। ସାଂସଦ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ଭୁଜବଳ ମାଝୀଙ୍କୁ ବିରୋଧ କରି ନବରଙ୍ଗପୁର ଜିଲ୍ଲାର ଶତାଧିକ ନେତା ପଦ ପଦବୀରୁ ଇସ୍ତଫା ଦେଇଛନ୍ତି । ଦଳରେ ରହିବୁ କିନ୍ତୁ ପଦବୀରେ ନୁହଁ ବୋଲି ମତ ଦେଇଛନ୍ତି କର୍ମୀ ମାନେ । ଭୁଜବଳ ମାଝୀଙ୍କ ଗୋଟିଏ ପରିବାର ତାଙ୍କ ଝିଅ ଲିପିକା ମାଝୀ, ଶଳା ଦିଲୀପ ପ୍ରଧାନୀ ଏବଂ ପୁତୁରା ଅନାମ ଦିଆନଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ଅଣଦେଖା କରିଛନ୍ତି , ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ କରାଯାଉ ନଚେତ ଆଗାମୀ ଦିନରେ କଠୋର ନିଷ୍ପତି ନେବୁ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି କର୍ମୀମାନେ ।