ଗତ ସାଧାରଣ ନିର୍ବାଚନ ରେ ନବରଙ୍ଗପୁର ଜିଲ୍ଲାରେ ଶୋଚନୀୟ ପରାଜୟ ପରେ ବିଜେଡି ଶିବିର ରେ ନୀରବତା ରାଜ କରୁଥିଲା କିନ୍ତୁ ଦୀର୍ଘ ପାଞ୍ଚ ମାସ ପରେ ଆଜି ଜିଲ୍ଲା ସଦର ମହକୁମାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଜିଲ୍ଲା ରେ ତୁଙ୍ଗ ନେତା। ପ୍ରତି ବର୍ଷ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ରୁ ପଦ ଯାତ୍ରା ଆରମ୍ଭ ହୋଇ ଅକ୍ଟୋବର ତିରିଶ ପର୍ଯ୍ୟନ୍ତ ଚାଲେ ଚଳିତ ବର୍ଷ ଅକ୍ଟୋବର ଦୁଇ ରେ ଚନ୍ଦାହାଣ୍ଡି ଠାରେ ଆରମ୍ଭ ହୋଇଥିଲେ ମଧ୍ୟ ଜିଲ୍ଲାରେ ସେତେ ପ୍ରଭାବ ଦେଖା ଯାଇ ନଥିଲା ଆଜି କିନ୍ତୁ ବିଜେଡି ଟାଣୁଆ ନେତା ପ୍ରଦୀପ ମାଝୀ ଆହ୍ୱାନ କ୍ରମେ ନବରଙ୍ଗପୁର ଚାଉରିଆଗୁଡା ଠାରୁ ପଦଯାତ୍ରା ଆରମ୍ଭ ହୋଇ ସର୍କିଟ ହାଉସ ପଡିଆ ପର୍ଯ୍ୟନ୍ତ ହୋଇଥିଲା ଓ ସେହିଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା, ଏହି ସଭାରେ ପ୍ରଦୀପ କର୍ମୀ ଓ ନେତା ଙ୍କୁ ଚାରି ସୂତ୍ର ମନ୍ତ୍ର ଦେବା ସହ ଆଗାମୀ ଦିନରେ ଏକଜୁଟ ହୋଇ ଜିଲ୍ଲାର ସ୍ୱାର୍ଥ ପାଇଁ ଲଢେଇ କରିବାକୁ ପରାମର୍ଶ ଦେଇଛନ୍ତି, ଅଟକି ରହିଥିବା ତେଲ ନଦୀ ପ୍ରକଳ୍ପ, ଟୁରିଗୁଣ୍ଠା ପ୍ରକଳ୍ପ, ଝରୀଗାଁ ଜଳ ସେଚନ ପ୍ରକଳ୍ପ କୁ କାର୍ଯ୍ୟକାରୀ କରି ଜିଲ୍ଲା ରେ ଜମି କୁ ଜଳ ସେଚନ ସୁବିଧା କରିବା, ମାଲକାନଗିରି ରେ ପୋଲାଭରମ ପ୍ରକଳ୍ପ କୁ ବିରୋଧ କରିବା ଓ ସଦସ୍ୟତା ଅଭିଯାନ ରେ ଜଣେ ଜଣେ ଅତି କମରେ ଶହେ ଜଣ ଙ୍କୁ ସାମିଲ କରିବାକୁ କହିଛନ୍ତି। ଆଗାମୀ ପଂଚାୟତ ନିର୍ବାଚନ ରେ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବା ପାଇଁ ରାଜ୍ୟ ସଭା ସାଂସଦ ପରାମର୍ଶ ଦେଇଛନ୍ତି ବିଜେଡି ଜିଲ୍ଲା ସଭାପତି ରମେଶ ମାଝୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ଆୟୁଷ୍ମାନ ଯୋଜନା କୁ ତୁଳନା କରିବା ସହ ଲୋକେ ଭୁଲ ସରକାର ଙ୍କୁ ନିର୍ବାଚିତ କରିଛନ୍ତି ନିର୍ବାଚିତ କରି ପଶ୍ଚାତାପ କରୁଛନ୍ତି ପୁଣି ବିଜେଡି କ୍ଷମତା କୁ ଫେରିବ ବୋଲି ପ୍ରକାଶ କରିଛନ୍ତି।