ନନ୍ଦନକାନନକୁ ଆସିଲେ ନୂଆ ଅତିଥି। କୋଲକାତା ଆଲିପୁର ଚିଡ଼ିଆଖାନାରୁ ଅଣାଯାଇଛି ଗୋଟିଏ ଯୋଡ଼ା ଜିରାଫ୍। ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ଗତକାଲି ରାତିରେ ନନ୍ଦନକାନନରେ ଆସି ପହଞ୍ଚିଛନ୍ତି। ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ବାହାରିଥିବା ଜିରାଫକୁ ନେଇ ବାହାରିଥିବା ସ୍ୱତନ୍ତ୍ର କଣ୍ଟେନର୍ ୨୫ ଘଣ୍ଟାର ଅପରେସନ୍ ପରେ ନନ୍ଦନକାନନ କର୍ତ୍ୟୁପକ୍ଷ ଗତକାଲି ବିଳମ୍ବିତ ରାତ୍ରିରେ ଏକ ସ୍ୱତନ୍ତ୍ର ଟ୍ରକ ଯୋଗେ ଆଣିଛନ୍ତି ,, କୋଲକାତାରୁ ଭୁବନେଶ୍ୱର ଅଣାଯିବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କଡ୍ରନ୍ କରାଯାଇଥିଲା। ଏହି ରୁଟରେ ଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧାର ଜିଲ୍ଲାପାଳ ଓ ଏସପି, DFOଙ୍କୁ ଟ୍ରାଫିକ କ୍ଲିଏରାନ୍ସ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ।
।ନନ୍ଦନକାନନରେ ପହଂଚିବା ପରେ ପ୍ରଥମେ ଦୁଇ ଜିରାଫଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା।ତେବେ ଦୁଇ ଜିରାଫଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ବେଳେ ନନ୍ଦନକାନନରେ ଏମାନଙ୍କର ସଂଖ୍ୟା ତିନିକୁ ଛୁଇଁଛି।
ତେବେ ଏଠାରେ ପ୍ରଶ୍ନ ଉଠେ,,,ନନ୍ଦନକାନନକୁ ଆସିଥିବା ନୂଆ ଯୋଡି ଜିରାଫ କଣ ଖୁସିକୁ ସାଥି ଦେଇ ପାରିବ ତାହା ସମସ୍ଥଙ୍କ ମଧ୍ୟରେ ସନ୍ଦେହର ଉଙ୍କି ମାରୁଛି ?