ବରଗଡ଼ରେ ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି ଜିଲା କୃଷି ବିଭାଗ । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି। ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ରଙ୍କ ସୂଚନା ଦେଇଛନ୍ତି। ନକଲି ବିହନ କୁ ନେଇ ଅଭିଯୋଗ ହେବା ପରେ କୃଷି ବିଭାଗର ନୋଡାଲ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବ୍ୟବସାୟୀଙ୍କଠାରୁ ପ୍ରଚୁର ପରିମାଣର ନକଲି ବିହନ ଜବତ ହୋଇଥିବା ସୂଚନା ରହିଛି । ନୋଡାଲ ଅଧିକାରୀ କାର୍ୟ୍ୟାନୁଷ୍ଠାନ ପରେ ନିର୍ଦ୍ଦେଶ ଦେବା ପରେ ଏବେ ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି। ସେପଟେ କାର୍ୟ୍ୟାନୁଷ୍ଠାନ ପରେ ବ୍ୟବସାୟୀ ସଂଘ କୋଶଳ ଫର୍ଟିଲାଇଜର ଏଣ୍ଡ ପ୍ରେଟିସାଇଡ୍ ବରଗଡ଼ ବ୍ୟବସାୟୀ ଙ୍କ ସପକ୍ଷରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟ ପଟେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଚାହିଦା ଅନୁଯାୟୀ ବିହନ ଯୋଗାଇ ପାରୁ ନଥିବା କହି ନିଜର ପ୍ରତିକ୍ରିୟା ରଖିଛନ୍ତି ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ।