ଚଳିତବର୍ଷ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଧୂମାଧାମ ରେ ପାଳନ କରାଯିବ , ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜା ପାଇଁ ସରିଛି ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୧୬ ରୁ ୨୨ ସାତଦିନ ଧରି ପାରାଦୀପ ରେ ଅନୁଷ୍ଠିତ ହେବ ଓଡିଶା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା l ଏ ନେଇ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ନେତୃତ୍ୱରେ ସ୍ଥାନୀୟ ସର୍କିଟ ହାଉସରେ ପାରାଦୀପ ପୌରାଧ୍ୟକ୍ଷ, ପୋଲିସ ପ୍ରଶାସନ, ବନ୍ଦର ଅଧିକାରୀ ଓ ସମସ୍ତ ପୂଜା କମିଟି ସଦସ୍ୟ ମାନଙ୍କ ଉପସ୍ଥିତ ରେ ପ୍ରସ୍ତୁତି ବୈଠକ ଶେଷ ହୋଇଛି l କୋଭିଡ କାରଣରୁ ତିନିବର୍ଷ ପୂଜା ବନ୍ଦ ରହିଥିବା ବେଳେ ଗତବର୍ଷ ହାତ ଗଣତି ମେଢ଼ ନିର୍ମାଣ ହୋଇଥିବା ବେଳେ ଚାଳିତବର୍ଷ ୧୫ରୁ ଉର୍ଧ୍ୱ ପୂଜାକମିଟି ମେଢ଼ ନିର୍ମାଣ କରିବାକୁ ଯାଉଥିବା ନେଇ ସୂଚନା ମିଳିଛି , ଚଳିତବର୍ଷ ଧୁମଧାମର ସହିତ ମହାଆଡମ୍ବର ରେ ସାତଦିନ ଧରି ପାରାଦୀପ ର ଓଡିଶା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ନେଇ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଓ ପୌରାଧ୍ୟକ୍ଷ କହିଵା ସହିତ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ପୂଜା ସମୟରେ ଅତ୍ୟଧିକ ଜନଗହଳି କୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତି କିପରି ସୁଚାରୁରୂପେ ସମ୍ପାଦନ କରାଯିବ ଏନେଇ ପୋଲିସ ପ୍ରଶାସନ ପ୍ରସ୍ତୁତ ହେବା ସହିତ ପାରାଦୀପ ସମୁଦ୍ରକୂଳକୁ ଆସୁଥିବା ପର୍ୟ୍ୟଟକ ମାନଙ୍କୁ ସମୁଦ୍ର ରେ ଗାଧୋଇବାକୁ ବାରଣ କରିବାନେଇ ସମୁଦ୍ରକୂଳ ଅଞ୍ଚଳ ରେ ପୋଲିସ ପ୍ରହରା କୁ କଡାକଡି କରାଯିବା ନେଇ ପୂଜା କମିଟି ସଦସ୍ୟ ପ୍ରକାଶ କରିଛନ୍ତି l