କଟକ ଜିଲ୍ଲା ସାଲେପୁର ବ୍ଲକ ତରିତୋ ପଞ୍ଚାୟତ ମୁର୍କୁଣ୍ଡି ଠାରେ ଚିତ୍ରୋତ୍ପଳା ସାଇଫନ ମୁଣ୍ଡରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି | ଏହା ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଛି | ରାସ୍ତା ପାର୍ଶ୍ୱ ରେ ମାଟିଧସି ବର୍ଷାଜଳ ପ୍ରବେଶ କରିବାରୁ ବଡଧରଣ ର ଘାଇ ହେବାରୁବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଛି | ଏ ସଂକ୍ରାନ୍ତ ରେ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବାରୁ ବିଭାଗୀୟ ଯନ୍ତ୍ରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ଏଠାରେ ଉଲ୍ଲେଖନୀୟଯେ, ଚିତ୍ରୋତ୍ପଳା ସାଇଫନ ଓ ସେତୁ ହେବାଦ୍ବାରା ଏହି ଦ୍ବି୍ପାଞ୍ଚଳ ର ବ୍ୟାପକ ବିକାଶ ସମ୍ଭବ ହୋଇ ପାରିଛି | ଉଭୟ ଗମନା ଗମନ ଓ ଜଳସେଚନ ବ୍ୟବସ୍ଥା ଯୋଗୁଁ ଦ୍ବି୍ପାଞ୍ଚଳ ସମୃଦ୍ଧ ହୋଇପାରିଛି | ମାତ୍ର ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତି ର ଅଭାବରୁ ଅଣଦେଖା କରାଯାଉଥିବା, ଲୋକେ ଅଭିଯୋଗ କରିଛନ୍ତି | ସ୍ଥାନୀୟ ବିଧାୟକ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |