ପୂଜ୍ୟ ସ୍ବର୍ଗତଃ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଜଣେ ପରିଶ୍ରମୀ ଏବଂ ନମ୍ର ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଓଡ଼ିଶାରେ ବିଜେପିକୁ ମଜବୁତ କରିବା ପାଇଁ ସେ ଅନେକ ପ୍ରୟାସ କରିଥିଲେ , ତାଙ୍କ ବିୟୋଗ ସ୍ମୁତିରେ ଆଜି ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ କରି ଅମର ଆତ୍ମାର ସଦଗତି କାମନା ସହ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ସମପର୍ଣ କରିଥିଲେ ଅତିଥି ମାନେ। ମାନ୍ୟବର ବିଧାୟକ ଧର୍ମଶାଳା ହିମାଂଶୁ ଶେଖର ସାହୁ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ, ବଡ଼ଚଣା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର ନାୟକ, କୋରେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଜିଲ୍ଲା ବିଜେପି ସଭାନେତ୍ରୀ ଶ୍ରୀମତୀ ଦେବଯାନୀ ପ୍ରଧାନ , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୌତମ ରାୟ, ବିଞ୍ଝାରପୁର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ବବିତା ମଲ୍ଲିକ, ବରୀ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଉମେଶ ଜେନା, ସୁନନ୍ଦା ଦାସ , ପବିତ୍ର ମୋହନ ଦାଶ, ଏବଂ ବହୁ ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।।