ଦ୍ୱିତୀୟ ଟେଷ୍ଟରେ ବିରାଟ ସେନା ଦମଦାର୍ ବିଜୟ ହାସଲ କରିଛି । ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଇନିଂସରେ ୧୩୪ ରନରେ ଅଲଆଉଟ୍ ହୋଇଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମାତ୍ର ୧୬୪ ରନ୍ରେ ଅଟକି ଯାଇଥିଲା। ଫଳରେ ୪୮୨ ରନର ଟାର୍ଗେଟ ପିଛା କରୁଥିବା ରୁଟ୍ ବାହିନୀ ବିଜୟ ଠାରୁ ୩୧୭ ରନ୍ ପଛରେ ପଡ଼ିଥିଲା। ଏହା ସହ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ବୋଲିଂର ସାମ୍ନା କରିନପାରି ୧୬୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୧-୧ ସ୍ତରକୁ ଆଣିଛି ।ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରୁ ଭାରତର ପଲ୍ଲା ଭାରି ରହିଥିଲା। ଭାରତ କବଜାରେ ମ୍ୟାଚ୍ ରହିଥିଲା । ଦଳ ତୃତୀୟ ଦିନରେ ଇଂଲଣ୍ଡର ୩ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲା । ଚତୁର୍ଥ ଦିନରେ ଭ୍ରମଣକାରୀ ଦଳର ଅନ୍ୟ ବ୍ୟାଟସମ୍ୟାନମାନେ ଆଉଟ୍ ହୋଇଯାଇଥିଲେ । ୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା ।ମ୍ୟାଚର ତୃତୀୟ ଦିନରେ ରବିଚନ୍ଦ୍ରନ୍ ଅଶ୍ୱୀନଙ୍କ ଦମଦାର ୧୦୬ ରନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଥିଲା। ଇଂଲଣ୍ଡ ଆଗରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରିଥିଲା। ଏହି ଲକ୍ଷ୍ୟର ପିଛା କରିପାରିନଥିଲା ଇଂଲଣ୍ଡ । ଅଶ୍ୱିନଙ୍କ ସ୍ପିନ୍ ଯାଦୁ ଓ ଅକ୍ଷର ପଟେଲଙ୍କ ବୋଲିଂ ଆଘରେ ଚକମା ଖାଇଯାଇଥିଲା ଇଂଲଣ୍ଡ ବାହିନୀ । ଏହି ବିଜୟ ସହ ଭାରତ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି । ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ମାଇନ ଅଳ୍ଲୀ ସର୍ବାଧିକ ୪୩ ରନ୍ କରିଥିବା ବେଳେ, ଜୋ ରୁଟ୍ ୩୩ ରନ୍, ଡାନ୍ ଲରେନ୍ସ ୨୬, ରୋନୀ ଜେସେଫ ୨୫ ରନ୍ କରିଥିଲେ ।