ପୁଣେ : ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଶାନଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। କେଏଲ ରାହୁଲଙ୍କ ଶତକୀୟ ଇନିଂସ୍ ଓ ବିରାଟ-ପନ୍ତଙ୍କ ଶାନଦାର ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ମୋଟ୍ ୩୩୬ ରନ୍ କରିବାରେ ସଫଳ ହୋଇଛି। ଯାହାଫଲରେ ଭ୍ରମଣକାରୀ ଇଂଲଣ୍ଡ ଦଳକୁ ୩୩୭ ରନର ଟାର୍ଗେଟ ଦେଇଛି ବିରାଟ ବାହିନୀ। ପୁଣେର ଏମସିଏ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିିରିଜର ଦ୍ବିତୀୟ ମ୍ୟାଚ୍। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଟିମ୍ ଇଣ୍ଡିଆର ସଲାମି ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଓ ଶିଖର ଧାଓ୍ବନ ଇନିଂସ୍ ଓପନ କରିଥିଲେ। ଗତମ୍ୟାଚରେ ୯୮ ରନ୍ ଖେଳିଥିବା ଶିଖର ଧାଓ୍ବନ ଦ୍ବିତୀୟ ଦିନିକିଆରେ ମାତ୍ର ୪ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଯାହାଫଲରେ ଟିମ୍ ଇଣ୍ଡିଆକୁ ଲାଗିଥିଲା ପ୍ରଥମ ଝଟକା। ଏହାପରେ ରୋହିତଙ୍କ ସହ ମିଶି ବିରାଟ ଦଳୀୟ ସ୍କୋର ଅଗାକୁ ବଢ଼ାଇ ଥିଲେ। ହେଲେ ଦଳୀୟ ସ୍କୋର ୩୭ ରନ୍ ଥିବାବେଳେ ଟିମ୍ ଇଣ୍ଡିଆକୁ ଲାଗିଥିଲା ଆଉ ଏକ ଝଟକା। ରୋହତି ମାତ୍ର ୨୫ ରନ୍ କରି ପ୍ୟାଭଲିଅନ୍ ଫେରିଥିଲେ। ଏହାପରେ ବିରାଟଙ୍କ ସାଥ ଦେବା ପାଇଁ କେଏଲ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ଦୁଇ ଖେଳାଳି ଟିମ୍ ଇଣ୍ଡିଆକୁ ସଙ୍କଟରୁ ବଞ୍ଚାଇ ଶତକୀୟ ଭାଗିଦାରି ଇନିଂସ୍ ଖେଳିଥିଲେ। ଦଳୀୟ ସ୍କୋର ବଢ଼ି ଚାଲିଥିବା ବେଳେ ଟିମ୍ ଇଣ୍ଡିଆକୁ ତୃତୀୟ ଝଟକା ଲାଗିଥିଲା। ବିରାଟ ୬୬ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଏହାପରେ ପନ୍ତ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋର ଆଗକୁ ବଢ଼ାଇଥିଲେ। ପନ୍ତ ଓ ରାହୁଲ ମଧ୍ୟ ଶତକୀୟ ଭାଗିଦାରୀ ଇନିଂସ୍ ଖେଳିଥିଲେ। ଏହାପରେ କେଏଲ ରାହୁଲ ତାଙ୍କ ଦିନିକିଆ କ୍ୟାରିୟରରେ ୫ମ ଶତକୀୟ ଇନିଂସ୍ ଖେଳିଥିଲେ। ଏହାପରେ ୧୧୪ ବଲ ଖେଳି ୧୦୮ ରନ୍ କରି ରାହୁଲ ପ୍ୟାଭିଲିଅନ୍ ଫେରିଥିଲେ। ତାଙ୍କ ପରେ ପରେ ୪୦ ବଲରୁ ୭୭ ରନ୍ କରି ଖେଳୁଥିବା ପନ୍ତ ମଧ୍ୟ କ୍ୟାଚ୍ ଆଉଟ୍ ହୋଇ ପ୍ୟାଭିଲିଅନ୍ ଫେରିଥିଲେ। ଏହାପରେ ପାଣ୍ଡ୍ୟା ବଦର୍ସ ଇନିଂସ୍ ଶେଷ ପର୍ଯ୍ୟନ୍ତ ବ୍ୟାଟି କରି ୩୩୬ ରନ କରିବାର ସଫଳ ହୋଇଥିଲେ। ଯାହାଫଳରେ ଇଂଲଣ୍ଡ ଆଗରେ ୩୩୭ ରନର ବିଶାଳ ଟାର୍ଗେଟ ରଖିଛି ବିରାଟ ବାହିନୀ। ଇଂଲଣ୍ଡ ପକ୍ଷରୁ ଟମ୍ କୁରାନ ଓ ରିସି ଟୋପଲୀ ୨ଟି ଓ୍ବିକେଟ ନେଇଥିବା ବେଳେ ସାମ୍ କୁରାନ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି।