ଏନ୍ଏନ୍ଏସ ଓଡିଆ, ନୂଆଦିଲ୍ଲୀ; ଉଦଘାଟିତ ହୋଇଛି ବହୁପ୍ରତିକ୍ଷିତ ୫୦୮ ରେଳଷ୍ଟେସନର ପୁନର୍ବିକାଶ କାର୍ଯ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଆଜି ଏହାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟର ସୃଷ୍ଟି ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଅତ୍ୟାଧୁନିକ ଟ୍ରେନ୍ ସଂଖ୍ୟା ବୃଦ୍ଧି ପାଉଛି, ଉତ୍ତର ପୂର୍ବ ରାଜ୍ୟରେ ରେଲୱେର ବିସ୍ତାର ପାଇଁ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ରେଳବାଇ ହେଉଛି ଦେଶର ଜୀବନ ରେଖା ତେଣୁ ଦେଶର ବିକାଶ ଯାତ୍ରାରେ ରେଳବାଇର ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ପୂର୍ବାହ୍ନରେ ଆଭାସୀ ଜରିଆରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସମେତ ଦେଶର ୫୦୮ଟି ଷ୍ଟେସନ୍ର ପୁନଃନିର୍ମାଣ କାର୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ଏହି ଯୋଜନାରେ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିବା ସହରର ଅଞ୍ଚଳ ଗୁଡିକୁ ଏକୀକୃତ କରିବା ସହ ମଲ୍ଟିମୋଡାଲ୍ ଏକୀକରଣ, ଦିବ୍ୟାଙ୍ଗଜନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୂଫ ପ୍ଲାଜା, ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି କାର୍ୟ୍ୟ କରିବା ଏବଂ ନିର୍ମାଣର ଉନ୍ନତି ପାଇଁ ଯୋଜନା କରାଯାଇଛି ଯାହାକି ଦୀର୍ଘ ସମୟ ପାଇଁ ଷ୍ଟେସନ ଠାରେ ସିଟି ସେଣ୍ଟର ନିର୍ମାଣ କରି ଏହାକୁ ସହରର କେନ୍ଦ୍ର କରାଇବ।