ନୂଆଦିଲ୍ଲୀ: ତେଲ ଦରରେ ଲାଗିଲା ନିଆଁ। ଦେଶରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ। ହୁ ହୁ ହୋଇ ୯ ଦିନ ଧରି ଲଗାତର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର୍ ହୋଇଛି। ଶ୍ରୀଗଙ୍ଗାନଗରରେ ଲିଟର ପିଛା ପେଟ୍ରୋଲ ଦର ୧୦୦ ଟଙ୍କା ୧୩ ପଇସା ହୋଇଥିବା ବେଳେ ୯୨ ଟଙ୍କା ୧୩ ପଇସା ରହିଛି। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଆଜି ୮୯ ଟଙ୍କା ୫୪ ପଇସା ହୋଇଥିବା ବେଳେ ଡିଜେଲ ଦର ୭୯ ଟଙ୍କା ୯୫ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କାରେ ପହଞ୍ଚିଛି। କୋଲକାତାରେ ଲିଟର ପିଛା ପେଟ୍ରୋଲ ଦର ୯୦ ଟଙ୍କା ୭୮ ପଇସା ଓ ଡିଜେଲ ଦର ୮୩ ଟଙ୍କା ୫୪ ପଇସାରେ ପହଞ୍ଚିଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୮ ପଇସା ହୋଇଥିବା ବେଳେ ଡିଜେଲ ଦର ୮୫ ଟଙ୍କା ୧ ପଇସା ହୋଇଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ଗତକାଲି ତୁଳନାରେ ୪୧ ପଇସା ବଢ଼ିଛି। ପେଟ୍ରୋଲ ଦର ଆଜି ୯୦ଟଙ୍କା ୨୪ ପଇସା ଓ ଡିଜେଲ ଦର ୮୭ ଟଙ୍କା ୧୧ ପଇସା ରହିଛି। ରାଉରକେଲାରେ ପେଟ୍ରୋଲ ଦର ୯୧ଟଙ୍କା ୧୭ ପଇସା ଥିବାବେଳ ଡିଜେଲ ମୂଲ୍ୟ ୮୮ଟଙ୍କା ୩ ପଇସା ରହିଛି। କଟକରେ ପେଟ୍ରୋଲ ଦର ୯୧ଟଙ୍କା ୧୭ ପଇସା ଓ ଡିଜେଲ ଦର ୮୮ଟଙ୍କା ୩ ପଇସା ରହିଛି। ଫେବୃଆରୀ ମାସରେ ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବଢୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।