ନୂଆଦିଲ୍ଲୀ : ରାଜ୍ୟଗୁଡିକର ଚାହିଦା ଉପରେ ଟୀକାକରଣ ନୀତି ବଦଳାଇଲେ କେନ୍ଦ୍ର ସରକାର। ଟିକା କ୍ରୟ ପ୍ରକ୍ରିୟା କେତେ କଷ୍ଟକର ତାହା ମଧ୍ୟ ରାଜ୍ୟମାନେ ଅନୁଭବ କରିବା ପରେ ସମସ୍ତ ରାଜ୍ୟକୁ ମାଗଣାରେ ଟିକା ଯୋଗାଇ ଦେବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି କୌଣସି ନାଗରିକ ଯନ୍ତ୍ରଣା ଭୋଗିବା ଉଚିତ୍ ନୁହେଁ । 21 ଜୁନ୍ ପରଠାରୁ, ସମସ୍ତ 18 ପ୍ଲସ୍ ଲୋକଙ୍କୁ କେନ୍ଦ୍ରୀୟ ସରକାରୀ ମୂଲ୍ୟରେ ଟୀକାକରଣ କରାଯିବ। ଏହା ସହିତ ସେ କହିଥିଲେ ଯେ ଦେଶରେ ଦ୍ୱିତୀୟ ଲହର ଆସିବା ପୂର୍ବରୁ ଅଧିକାଂଶ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ କରାଯାଇଥିଲା। ଏକ ପରିସ୍ଥିତି କଳ୍ପନା କରନ୍ତୁ ଯଦି ଆମର ଫ୍ରଣ୍ଟଲାଇନ କର୍ମଚାରୀ, ଡାକ୍ତର ଏବଂ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ଜୀବାଣୁ ପ୍ରତି ଟୀକାକରଣ ନକରନ୍ତି ତେବେ କ’ଣ ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଥିଲେ । ଏବେ ସାତୋଟି କମ୍ପାନୀ ଟିକା ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ତିନୋଟି ପରୀକ୍ଷା ଚାଲିଛି। ଆମର ପରିଶ୍ରମୀ ବୈ ଜ୍ଞାନିକମାନେ ନାସାଲ୍ ଟିକା ଉପରେ ଗବେଷଣା କରୁଛନ୍ତି । ପିଲାମାନଙ୍କ ଉପରେ ଆମର ଟୀକାକରଣର ନିରାପତ୍ତା ନିର୍ଣ୍ଣୟ କରିବା ପାଇଁ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି ଏବଂ ଏହା ଦେଶର ଭୂତାଣୁ ବିରୋଧରେ ଯୁଦ୍ଧକୁ ବହୁତ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଥିଲେ । ଯେତେବେଳେ ବୈଜ୍ଞାନିକମାନେ ସମ୍ଭାବ୍ୟ COVID ଟିକା ଉପରେ ଯେତେବେଳେ ଅନୁସନ୍ଧାନ କରୁଥିଲେ, ସେ ସମୟରେ ସରକାର ଯୁଦ୍ଧ କାଳୀନଭିତ୍ତୀରେ ପଦକ୍ଷେପ ନେଇ ଟିକା ସଂରକ୍ଷଣ ଏବଂ ବିତରଣ ସଂରଚନାକୁ ବୃଦ୍ଧି କରିବା ଆରମ୍ଭ କରିଥିଲେ। ଆଜି ବିଦେଶରୁ ଅଧିକ ଟିକା ଆଣିବା ପାଇଁ କାର୍ଯ୍ୟ କରିବା ସହିତ ଭାରତରେ ଏପର୍ଯ୍ୟନ୍ତ 23 କୋଟିରୁ ଅଧିକ ଟିକା ଡୋଜ ଦିଆସରିଛି।