ରାୟଗଡ଼ା: ରାୟଗଡ଼ାର ସୁପ୍ରସିଦ୍ଧ ଦେବୀ ମଝିଘରିଆଣୀଙ୍କ କୃପା ଅପାର। ଏହି ମନ୍ଦିର ତଥା ମାଁଙ୍କ ପ୍ରତି ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ଅମାପ ଭକ୍ତି । ମାଁ ଙ୍କର ସକାଳୁ ପ୍ରଥମେ ମଙ୍ଗଳ ଆଳତି, ଦ୍ବିପହରରେ ଭୋଗ ପୂର୍ବରୁ ଆଳତୀ ଓ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ଏହିଭଳି ଭାବରେ ପ୍ରତିଦିନ ମାଁଙ୍କ ନିକଟରେ ୩ ଥର ଆଳତି ହେଉଥିବା ବେଳେ ସେ ସମୟର ଦୃଶ୍ୟ ଅତି ମନୋରମ । ଆଳତୀ ହେବା ପୂର୍ବରୁ ଭୋଗ ରାଗ ଓ ଆଳତି ସଜାଡ଼ିବା ପାଇଁ ସ୍ବତନ୍ତ୍ର କର୍ମଚାରୀ ନିୟୋଜିତ ଥିବା ବେଳେ ମନ୍ଦିରର ମୁଖ୍ୟ ପୂଜକ ଚନ୍ଦ୍ର ପୁଝାରୀ ଏହି ଆଳତୀ ମାଁ ମଝିଘରିଆଣୀଙ୍କ ନିକଟରେ କରିଥାନ୍ତି । ମାଁଙ୍କ ଆଳତି ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ରହୁଥିବା ବେଳେ ମାଁ ଙ୍କ ଆଳତି ଦର୍ଶନ ସୌଭାଗ୍ୟର କଥା ବୋଲି ଭକ୍ତ ମାନେ ପ୍ରକାଶ କରିଛନ୍ତି ।