ଏନଏନଏସଓଡ଼ିଆ (୦୪.୦୨): ଅର୍ଜୁନ ପୁରସ୍କାର ବିଜୟିନୀ ଦୂତି ଚାନ୍ଦଙ୍କୁ ଶନିବାର ୨୭ ବର୍ଷ ପୂରିଯାଇଛି। ଦୂତି ଦେଶର ଏକ ନମ୍ବର ଧାବିକା ହେବା ସହ ୨୦୧୬ ଏବଂ ୨୦୨୦ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିଥିଲେ। ଶୁକ୍ରବାର ଭୁବନେଶ୍ବର ପଟିଆସ୍ଥିତ ନିଜ ବାସଭବନରେ ଦୂତି ୨୭ତମ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରିଥିବା ବେଳେ ରାଜ୍ୟ ଖେଳ ଦୁନିଆର ବହୁ ଚିହ୍ନା ଚେହେରା ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ପହଞ୍ଚି ଦୂତିଙ୍କୁ ଆଶୀର୍ଦାବ କରିଥିଲେ।