ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ତୁଷ୍ଟାପାଲି ଗାଁରେ ନାବାଳିକା ଝିଅଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ।। ଗାଁର ମହଦେବ ଛତ୍ରିଆଙ୍କ ଝିଅ ନଳିନୀ ଛତ୍ରିଆ ନଦୀକୁ ଶୌଚ ପାଇଁ ଯାଇଥିଲେ । କିଛି ସମୟପରେ ଅନ୍ୟ ଯୁବତୀମାନେ ନଳିନୀକୁ ଗୁରୁତର ଅବସ୍ଥାରେ ଏକ ବୁଦାମୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ ।
ସଙ୍ଗେ ସଙ୍ଗେ ପରିବାର ଲୋକେ ସଇଁତଳା ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଗିରଫ ଦାବିରେ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ । ଘଟଣାକୁ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଗୁରୁତର ସହ ନେଇ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଛନ୍ତି । ଅନ୍ୟପଟେ ପାଟଣାଗଡ଼ର କିଛି ଯୁବକ ଓ ତାଙ୍କ ଗାଁର କିଛି ଯୁବକ ମିଶି ଏଭଳି କାଣ୍ଡ କରିଥିବା ଅଭିଯୋଗ ହେଉଛି ।