ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୭.୦୨): ଦୁଇ ଦିନ ଛୁଟି ପରେ ଆଜିଠାରୁ ପୁଣି ଚାଲିବ ବିଧାନସଭା।ପ୍ରଥମ ପର୍ଯ୍ୟାୟରେ ଆଉ ମାତ୍ର ତିନିଟି କାର୍ଯ୍ୟ ଦିବସ ବାକିଥିବା ବେଳେ ବଜେଟ୍ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଆଲୋଚନା କାଳରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେପି ।
ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ଘେରିବାକୁ ମୁଖ୍ୟ ବିରୋଧୀ ଦଳ ଯୋଜନା କରିଛି । ସେହିପରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନ ହେବା ଯାଏ ଚୁପ ବସିବ ନାହିଁ ବିଜେପି । ବିଧାନସଭାରେ ମୋସନ ଆକାରରେ ଆଲୋଚନା ହୋଇଥିଲେ ବି ରହସ୍ୟ ଉପରୁ ପରଦା ହଟିନି । ସଂଖ୍ୟାଗରିଷ୍ଠତା ବଳରେ ବିଧାନସଭାରେ ବିରୋଧୀଙ୍କୁ ଚପାଇ ଦେଉଛନ୍ତି । ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ । ହତ୍ୟାକାଣ୍ଡର କାରଣ କଣ ତାହା ସାମ୍ନାକୁ ଆସିବା ଆବଶ୍ୟକ ।
ବିରୋଧୀଙ୍କ କଥାକୁ ଶାସକ ଦଳ ମଧ୍ୟ କାଉଣ୍ଟର କରିଛି । ଆରମ୍ଭରୁ କେନ୍ଦ୍ର ବିରୋଧୀ ନାରା ନେଇ ବିଜେଡି ଚେକ ଦେବା ସହ ବିରୋଧୀଙ୍କୁ ସିଧାସଳଖ କାଉଣ୍ଟର କରିସାରିଛି ବିଜେଡି ଖର୍ଚ୍ଚ ଦାବି ଆଲୋଚନା କାଳରେ ବି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଦଳ ଶାଣିତ କରିବାକୁ ଯୋଜନା କରିଛି।