ଆଜିଠାରୁ ଆସନ୍ତା କାଲି ଯାଏଁ ଦୁଇଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ସାରା ଦେଶରେ ଆଜି ବିଭିନ୍ନ ବ୍ୟାଙ୍କ ବନ୍ଦ ରହିଛି । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରଦା, ଇଣ୍ଡିଆନ ବ୍ୟାଙ୍କ ଭଳି ପ୍ରମୁଖ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିଛି । ଯାହା ଫଳରେ ଆର୍ଥିକ କାରବାର ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ଲୋକେ ଏହା ନ ଜାଣି ବ୍ୟାଙ୍କ ସମ୍ମୁଖରୁ ଫେରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ATM ଗୁଡିକରେ ପର୍ଯ୍ୟାପ୍ତ ଟଙ୍କା ନ ଥିବାରୁ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।