ଦୀର୍ଘ 32 ବର୍ଷ ପରେ ସୋରଡ଼ା ଆଡପମଣ୍ଡପ ଠାରେ ଯୁବକ ସଙ୍ଘ ତରଫରୁ ଲଷ୍ମୀପୂଜା ମେଢ଼ ଶନିବାର ଶୁଭାରମ୍ଭ ହୋଇଛି l ଗତ 10 ତାରିଖ ରବିବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା l ଏଥି ସକାଶେ ହୋମ ଯଜ୍ଞ ସହ ପୂଜା କରା ଯାଇଥିଲା ଶନିବାର ସକାଳେ ମହିଳା ମାନେ ଶୁଦ୍ଧପୁତ ଭାବେ ଋଷିକୁଲ୍ୟା ନଦୀକୁ ଯାଇ ପୂଜା କରି କୁମ୍ଭ କଳସି ରେ ଜଳ ଆଣି ମେଢ଼ ନିକଟରେ ସ୍ଥାପନ କରିଥିଲେ I ଶନିବାର ହୋମ ପୂଜା ଆରମ୍ଭ ହେବା ସହ ଏହା ଏକ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ l ଅଞ୍ଚଳ ର ସମସ୍ତ ସଙ୍ଘ,ନିର୍ବାଚିତ ପ୍ରତିନିଧି,ଅନୁଷ୍ଠାନ, ବ୍ୟକ୍ତି ବିଶେଷ ସମେତ ସମସ୍ତ ବର୍ଗ ଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଛି l ବହୁ ବର୍ଷ ବ୍ୟବଧାନ ରେ ଏଠାରେ ଏହି ମେଢ଼ ହେଉଥିବାରୁ ଅଞ୍ଚଳ ବାସି ଆନନ୍ଦ ପ୍ରକାଶ କରିଛନ୍ତି I ସଂଘ ର ଶ୍ରୀକାନ୍ତ ଦାସ,ଅମୀୟ ଦାସ,ପ୍ରତାପ ସାହୁ, ଜିତୁ ସାହୁ, ସୁବାଷ ବେହେରା ସମେତ ବହୁ ସଦସ୍ୟ ଆୟୋଜନ ରେ ଲାଗିଛନ୍ତି I ଜଳଯାତ୍ରା, କର୍ମାରମ୍ଭ, ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ କରାଯାଇଛି I ମେଢ଼ ପରିସର ଆଲୋକମାଳ ରେ ସଜା ଯାଇଛି I ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି l