ବାଲେଶ୍ଵର ଜିଲ୍ଲା ବସ୍ତା ଥାନା କୁଡିଆ ପଞ୍ଚାୟତ ର ବେଲା ଗ୍ରାମରେ ଅଭାବନୀୟ ଦୃଶ୍ୟ। ସରକାରୀ ସ୍ଵିକୃତି ନମିଳିବାରୁ ପୋଡି ନପାରି ପୋତି ଦେଲେ ମହିରାବଣ। ସୂଚନା ଅନୁସାରେ ୨୦୦୧ ମସିହାଠାରୁ ବେଲା ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ କାଳୀପୂଜା ଅବସରରେ ମହିରାବଣ ପୋଡ଼ି କରି ଆସୁଥିଲେ। ଏଥିପାଇଁ ସ୍ଥାନୀୟ ନେତୃତ୍ବ ଏବଂ ସମାଜସେବୀ ଙ୍କ ଉପସ୍ଥିତି ରେ ଦୀର୍ଘ ବର୍ଷ ଧରି ହୋଇଆସୁଥିଲା। ତେବେ ଚଳିତବର୍ଷ କାଳୀପୂଜା ଯିବାର ତିନି ଦିନ ପରେ ମହିରାବଣ ପୋଡ଼ା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ସ୍ଵିକୃତି ମିଳିନଥିଲା। ଦୀର୍ଘ ସମୟ ଧରି ଯୁବକ ମାନେ ନେହୁରା ହୋଇ ବିଫଳ ହେବା ପରେ ଶେଷରେ ମହିରାବଣ କୁ ପୋତି ଦେବାର ନିଷ୍ପତ୍ତି ନେଇଥିଲେ। ତେବେ ରାତି ଆଠଟା ସମୟରେ କୁଡ଼ିଆ ପଞ୍ଚାୟତ ର ସରପଞ୍ଚ ଗୈାରାଙ୍ଗ ବେହେରା ଓ ସମିତି ସଭ୍ୟ ଜୟପ୍ରକାଶ ନାରାୟଣ ବେହେରା ଙ୍କ ଉପସ୍ଥିତି ରେ ପୂଜାର୍ଚ୍ଚନା ପରେ ଫିତାକାଟି ଉଦଘାଟନ କରିଥିଲେ। ବେଲା ଶ୍ମଶାନରେ ଜେସିବି ଦ୍ବାରା ଗାତ ଖୋଳାଯାଇ ଯୁବଗୋଷ୍ଠୀ ଙ୍କ ଦ୍ଵାରା ପୋତି ଦିଆଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।