ରାୟଗଡା: ସନ୍ଧ୍ୟା ହେଲେ ଅନ୍ଧାର କରୁଛି ରାଜ । କଳା ଅନ୍ଧାରରେ କଟୁଛି ଏଠି ଜୀବନ । ମୌଳିକ ଅଧିକାର ର କଥା କହୁଥିବା ଆମ ରାଜ୍ୟ ସରକାର ଏଠି କିନ୍ତୁ ମାରିଛି ଫେଲ । ଝକମକ ଆଲୁଅ ରେ ସହର ଚମକୁ ଥିବାବେଳେ ଏବେ ଏମିତି ବି ଗାଁ ଅଛି ଯାହାଙ୍କ ପାଇଁ ବିଜୁଳି ଆଲୁଅ ଦେଖିବା ପାଇଁ ଏବେ ସାତ ସ୍ୱପ୍ନ । ଖାଲି ଯେ ଏ ଗାଁ ରେ ବିଜୁଳି ସମସ୍ୟା ରହିଛି ତାହା ନୁହେଁ ଗାଁକୁ ପକ୍କା ରାସ୍ତା ଟିଏ ବି ନାହିଁ । କି ପାଣି ର ବି ଅନେକ ସମସ୍ୟା ବି ଲାଗି ରହିଛି । ଏହି ଗାଁ ହେଉଛି କଲ୍ୟାଣସିଂହପୁର ବ୍ଳକ ସିଙ୍ଗାରି ପଞ୍ଚାୟତର ବରିଭଟା ଗାଁ । ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଭିତରେ ଆସେ ଏହି ଗାଁ । ଦ୍ୱୀପର ମିଞ୍ଜି ମିଞ୍ଜି ଆଲୁଅରେ ନିଜ ଭବିଷ୍ୟତ ଖୋଜୁଛନ୍ତି ଏଠାକାର ଛାତ୍ର ଛାତ୍ରୀ ତେଲ ଥିବା ଯାଏଁ ପାଠ ପଢ଼ନ୍ତି ଆଉ ତେଲ ସରିଗଲେ ପାଠ ପଢ଼ା ହୋଇଯାଉଛି ଠପ । ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢ଼ା ସାରିଦିନ୍ତି ଆଉ ସନ୍ଧ୍ୟା ପରେ ଏଭଳି ଅନ୍ଧାର ରେ ରାତି ବିତାଉଛନ୍ତି । ଆଜିକାଲି ଡିଜିଟାଲ ସ୍ମାଟ ଯୁଗରେ ବି ଏହି ଗାଁ ର ଲୋକେ ପଛରେ ରହିଯାଇଛନ୍ତି । ସାମାନ୍ୟ ଅସୁସ୍ଥତା ହେଉ କିମ୍ଵା ଗର୍ଭବତୀ ମହିଳା ସେମାନଙ୍କୁ ଖଟିଆ ହିଁ ଭରସା । ସମସ୍ୟା ଏତକି ରେ ସାରିନାହଁ ଗାଁ ରେ ଥିବା ଏକମାତ୍ର ସୋଲାର ଚାଳିତ ନଳକୂପ ଅଚଳ ହୋଇ ଏକ ମାସ ବିତିଗଲାଣି କିନ୍ତୁ ପ୍ରଶାସନ କିମ୍ବା ନେତା କାହାରି ଧ୍ୟାନ ନାହି ।ଚଳିତ ବର୍ଷ ନିର୍ବାଚନ ରେ ଭୋଟ୍ ନ ଦେବାକୁ ସିଧା ସିଧା ଶୁଣେଇଛନ୍ତି ଗ୍ରାମବାସୀ ।ଏ ସବୁ ସମସ୍ୟା ନେଇ ସ୍ଥାନୀୟ ନେତା ବ୍ଲକ ପ୍ରଶାସନ ପରେ ଜିଲ୍ଲା ପ୍ରଶାସନ ନିକଟକୁ ଅନେଥର ଗୁହାରି ପରେ ମଧ୍ୟ ସମସ୍ୟା ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଗାଁ କୁ ରାସ୍ତା ନଥିବାରୁ ଗାଁ କୁ ପହଂଚି ପାରୁନାହିଁ ବିକାଶ ।ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଗାଁ ରେ ପହଞ୍ଚିବ ଏବଂ କେବେ ଗାଁ ର ମୌଳିକ ସମସ୍ୟା ଦୂର ହେବ ତାହା ସମୟ କହିବ।