ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଶ୍ୟାମ ବାଟିକାରେ ଅଗ୍ନିକାଣ୍ଡ। ଦୀପାବଳି ଅବସରରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି।ଶ୍ୟାମ ବାଟିକାର ତୃତୀୟ ମହଲାରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ଗତକାଲି ଦୀପାବଳୀ ଅବସରରେ ରାତି ପ୍ରାୟ ୧୦ଟା ପାଖାପାଖି ଶ୍ୟାମ ବାଟିକାର ତୃତୀୟ ମହଲାରେ ରକେଟ ବାଣ ଝରକା ପଟୁ ପଶି ଯାଇ ଏହି ଅଗ୍ନିକାଣ୍ଡ ଘଟିଛି।ତେବେ ସେଠାରେ କିଛି କାଗଜର କାର୍ଡ ବୋର୍ଡ ରହିଥିଲା |ସେଥିରେ ନିଆଁ ଲାଗି ଯାଇଥିବା କାରଣରୁ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା।
ତେବେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ କରିଛି। ନିଆଁକୁ ଆୟତ କରିବା ପାଇଁ ପ୍ରଥମେ ଦୁଇଟି ଦମକଳ ଗାଡି ପହଞ୍ଚିଥିଲା ମାତ୍ର ନିଆଁ ଅଣାୟତ୍ତ ହେବାରୁ ପୁଣି ଆଉ ତିନୋଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିଥାଲା। ୫ଟି ଦମକଳ ଗାଡି ପହଞ୍ଚିବା ପରେ ନିଆଁକୁ ଆୟତ କରାଯାଇଥିଲା। ପାଖାପାଖି ରାତି ପ୍ରାୟ ସାଢେ ୧୨ରେ ନିଆଁ ଲିଭା କାର୍ଯ୍ୟ ଶେଷ ହୋଇଥିଲା।ଏହି ଅଗନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସମ୍ବଲପୁର ଅଗ୍ନିଶମ ବିଭାଗର ୨୦ ଜଣ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇ ନିଆଁକୁ ଆୟତ କରିଛନ୍ତି।