ଦିବ୍ୟାଙ୍ଗମାନଙ୍କୁ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭା ଗୃହ ଠାରେ ଦିବ୍ୟାଙ୍ଗ ମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟ ରେ ମାଗଣା ସିଲେଇ ମେସିନ ବଣ୍ଟନ କରାଯାଇଛି । ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏହି ବଣ୍ଟନ କାର୍ୟକ୍ରମ କରାଯାଇଥିବା ବେଳେ ୧୫ ଜଣ ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଛି ।
ଏହି କାର୍ୟ୍ୟକ୍ରମ ଅବସର ରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ସଭାପ୍ତିତ୍ଵ ରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ଅତିଥି ଭାବେ ଯୋଗଦେବା ସହିତ ଅନ୍ୟତମ ଅତିଥି ଭାବେ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ,ଅତିରିକ୍ତ ତହସିଲଦାର ସ୍ବାଗତ ପଣ୍ଡା, ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧା, ଆଇଆଇସି ଶୋଭାକର ଶେଠ ପ୍ରମୁଖ ଯୋଗଦେଇ ସାମଗ୍ରୀ ବଣ୍ଟନ କରିଥିଲେ ।