ବରଗଡ: ଶୁଣି ପାରୁନାହାଁନ୍ତି କି କଥା କହି ପାରୁନାହାନ୍ତି । ଦିବ୍ୟାଙ୍ଗ ହେଲେ ମଧ୍ୟ ସେମାନ ସବୁ କାର୍ୟ୍ୟରେ ସିଦ୍ଧହସ୍ତ । ଚା , କଫି ଠାରୁ ଆରମ୍ଭ କରି ସବୁକିଛି ନିଜ ହାତରେ ତିଆରି କରି ଗ୍ରାହକଙ୍କୁ ପରସି ଦେଉଛନ୍ତି ବରଗଡର ଏହି ନାମୀଦାମୀ କେଫେରେ । ବରଗଡ ଗୋବିନ୍ଦପାଲି ଛକରେ ରହିଛି ମିନି ଫ୍ଲାଇଙ୍ଗ ଷ୍ଟାର କେଫେ । ଏହି କେଫେ ପରିଚାଳନା ଦାୟିତ୍ୱରେ ତିନି ଜଣ ଦିବ୍ୟାଙ୍ଗ ଯୁବକ ରହିଥିବା ବେଳେ ସେମାନେ ଚା, କଫି ଠାରୁ ଆରମ୍ଭ କରି ଭେଲ ମୁଢ଼ି , ଗୁପଚୁପ ସହ ବିଭିନ୍ନ ପ୍ରକାର ସେକ୍ ନିଜ ହାତରେ ତିଆରି କରି ଗ୍ରାହକଙ୍କୁ ପରସି ଦେଇଥାନ୍ତି । ମିନି ଫ୍ଲାଇଙ୍ଗ ଷ୍ଟାର ସତ୍ୱାଧିକାରୀ ମିନି ନାୟକ ଶିକ୍ଷକତା ଛାଡି ଏହି କେଫେ ଆରମ୍ଭ କରିଥିବା ବେଳେ ଦିବ୍ୟାଙ୍ଗ ଯୁବକମାନେ ପାଢ଼ପଠା ସମାପ୍ତ ପରେ ସେମାନଙ୍କୁ କେହି ରୋଜଗାର ଦେଉଥିବା ନ ବେଳେ ତାଙ୍କୁ କର୍ମସଂସ୍ଥାନ ଯୋଗାଇବା ଏହାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି । ତେବେ ଏଠାରେ କାମ କରୁଥିବା ସମସ୍ତ ଯୁବକ କଥା କହି ପାରନ୍ତି ନାହିଁ କି ଶୁଣି ବି ପାରନ୍ତି ନାହିଁ । ଯାହାକୁ ନେଇ କେଫେର ମେନୁ ଠାରୁ ଆରମ୍ଭ କରି କାନ୍ଥରେ ସାଙ୍କେତିକ ଭାଷା ତଥା ସର୍ଟ ଫର୍ମ ବ୍ୟବହାର କରାଯାଇଛି । ଦିବ୍ୟାଙ୍ଗ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ମିନି ନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି କେଫେ ଧିରେ ଧିରେ ବରଗଡରେ ଲୋକଙ୍କୁ ଆକୃଷ୍ଟ କରିବା ସହ ଜନସାଧାରଣ ମଧ୍ୟ ଏମାନଙ୍କ ପ୍ରୟାସକୁ ବେଶ ପ୍ରଶଂସା କରୁଛନ୍ତି ।