ଦଶପଲ୍ଲା,(ଏନଏନଏସ ଓଡ଼ିଆ /୧୯.୦୨): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସିମିଳିସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏଠାରେ ଜଣେ ୩୭ ବର୍ଷିୟ ଦିବ୍ୟାଙ୍ଗଙ୍କର ପ୍ରାଣହାନି ଘଟିଛି। ଦିବ୍ୟାଙ୍ଗଙ୍କ ନାମ ବିଜୟ ପ୍ରଧାନ । ସେ ଦିବ୍ୟାଙ୍ଗ ହେଲେ ବି ଅଟୋ ଚଳାଇ ରୋଜଗାର କରୁଥିଲେ। ହେଲେ ଏହାକୁ ତାଙ୍କ ସାବତ ମା ବିରୋଧ କରିଥିଲେ। ସଂପତ୍ତି ଲୋଭରେ ସାବତ ମା ତାଙ୍କୁ ନିୟମିତ ଭାବେ ନିର୍ଯାତନା ଦେଇଆସୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକଜଣକ କିଛି ଦିନ ତଳେ ବିଷ ପିଇ ଦେଇଥିଲେ ବୋଲି କୁହାଯାଉଥିଲେ ବି ପ୍ରକୃତରେ ବିଜୟ ପ୍ରଧାନଙ୍କୁ ସାବତ ମା ପିଟିପିଟି ରକ୍ତାକ୍ତ କରିଥିଲେ ବୋଲି କୁହାଯାଉଛି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦିବ୍ୟାଙ୍ଗଙ୍କର ଗତକାଲି ବିଳମ୍ବିତ ରାତିରେ ସେଠାରେ ମୃତ୍ୟୁ ଘଟିଛି।