ସୋରଡ଼ା ବ୍ଲକ ର 26 ପଂଚାୟତ ର ସହ ସହ ଧାନ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି l ନିଅଣ୍ଟିଆ ବର୍ଷା ଯୋଙ୍ଗୁ ତଳି ପକା, ରୁଆ କାର୍ଯ୍ୟ ରେ ସମସ୍ୟା ଉପୁଜିଥିବା ବେଳେ ଯାହା କିଛି ଚାଷ ହୋଇଥିଲା ଏବେ କଷ୍ଟେ ମଷ୍ଟେ ଧାନ ଅମଳ ପାଇଁ ଉଦ୍ୟମ ଚାଲିଥିଲା I କୋହଲା ପାଗ ଯୋଙ୍ଗୁ କଟା ବିଳମ୍ବ କରି କେତେ ସ୍ଥାନ ରେ ଖରା କୁ ଅପେକ୍ଷା କରିଥିଲା ବେଳେ କେଉଁଠି ଶ୍ରମିକ ମିଳିବା ବିଳମ୍ବ ତ କେଉଁଠି ମେସିନ କୁ ଅପେକ୍ଷା କରି ଧାନ କଟା ଆରମ୍ଭ କରିଥିଲେ I ଗୁରୁବାର କୋହଲା ପାଗ ସାଙ୍ଗକୁ ଶୁକ୍ରବାର ଦିନସାରା ବର୍ଷା ଯୋଙ୍ଗୁ ସମସ୍ୟାରେ ଚାଷୀ I କେତେ ସ୍ଥାନ ରେ ଖଳା କୁ ଧାନ ଆସିଥିବା ବେଳେ ତାକୁ ଘୋଡ଼େଇବାକୁ ଧାଁ ଧପଡ଼ ଦେଖିବାକୁ ମିଳିଥିବା ବେଳେ କେତେ ସ୍ଥାନ ରେ ଜମିରେ ହିଁ କଟା ଧାନ ଥିବା ଓ କିଛି କଟା ଯାଇନଥିବା ଦେଖିବାକୁ ମିଳିଛି I ସରବାଡି ଚାଷୀ ବନମାଳୀ ସ୍ୱାଇଁ କହିଛନ୍ତି ଚଳିତ ଥର ଆମ ଅଞ୍ଚଳ ରେ କେନାଲ ପାଣିର ଅଭାବ ସାଙ୍ଗକୁ ଅବେଳ ବର୍ଷାରେ ଧାନ ଗଛ ନଷ୍ଠ ହୋଇଥିଲା I ଏବେ ପୁଣି ବର୍ଷା ମାଡ ରେ ଅବସ୍ଥା ଆହୁରି ଖରାପ ବୋଲି କହିଛନ୍ତି I କୋଟିବାଡ଼ି ପ୍ରଭାକର ସାବତ କହିଛନ୍ତି ଯେଉଁ ଜମିରେ 50 ବସ୍ତା ଅମଳ ହେଉଥିଲା ସେଠି ଏବେ 5 ବସ୍ତା ବାହାରୁଛି I ପାଲକାଟ ଅଂଚଳ ରେ ବର୍ଷା ଅଭାବ ରୁ ଧାନ ଅମଳ ଆବଶ୍ୟକ ଅନୁଯାଇ ହୋଇ ପାରିନଥିବା ମଧ୍ୟ ଜଣା ପଡିଛି I