ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ଦଳ ବିରୋଧି କାର୍ଯ୍ୟ ପାଇଁ ରାଜ୍ୟ କଂଗ୍ରସ ନେତାଙ୍କ ମଧ୍ୟରେ ପୁଣି ନେତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ । ନିକଟରେ କଂଗ୍ରସ ଦୁଇ ବିଧାୟକଙ୍କୁ ବହିଷ୍କାର କରିଥିବା ବେଳେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଥିବା ନାରାୟଣ ଜେନା ଦଳରୁ ବହିଷ୍କାର କରାଯାଇଛି।
ସୂଚନା ଅନୁସାରେ, ନାରାୟଣ ଜେନାଙ୍କୁ ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ବସିଥିବା ଚଉଉ ଶୃଙ୍ଖଳା କମିଟି ବୈଠକ ବସିଥିଲା। ନାରାୟଣ ଜେନା, ଦଳ, ପିସିସି ସଭାପତିଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେଇ ଖୋଲାଖୋଲି ଶୃଙ୍ଖଳା ଭଙ୍ଗ କରିଥିବା ଶୃଙ୍ଖଳା କମିଟି ଦର୍ଶାଇଛି।
ପୂର୍ବ ସୂଚନା ଅନୁଯାୟୀ, ନିକଟରେ କଂଗ୍ରସର ଦୁଇ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱଳକୁ ଦଳ ବିରୋଧି କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିଲା । ତେବେ ଆଜି କଂଗ୍ରସ କମିଟିର ସାଧାରଣ ସଂପାଦକ ଥିବା ନାରାୟଣ ଜେନା ଦଳରୁ ବହିଷ୍କାର କରାଯାଇଛି ।