ଏଣିକି ଆଉ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ସୁଯୋଗ ଦିଆଯିବନି I ସଂସ୍କୃତି ପରମ୍ପରା କୁ ବଜାୟ ରଖୁବାକୁ ସାମୁହିକ ଉଦ୍ୟମ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ସୋମବାର ସ୍ଥାନୀୟ ବୃଦଲିଙ୍ଗେଶ୍ୱର ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ଆବାହକତ୍ୱ ରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ମହାସଂଘ ସଭାପତି ଶିବରାମ ପ୍ରଧାନ, ସମ୍ପାଦକ ଶରତ ଚନ୍ଦ୍ର ସାହୁ, ବେଲଗୁଣ୍ଠା ବ୍ଲକ ସଂଯୋଜକ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ I ସୋରଡ଼ା ଏନ ଏ ସି ସମେତ ବ୍ଲକ ରେ ଥିବା 17 ଗୋଟି ଦଣ୍ଡଦଳ ର କାର୍ଯ୍ୟକର୍ତ୍ତା ଯୋଗଦେଇ ଆଗାମୀ ଦଣ୍ଡ ନାଚ ରେ ଅଶ୍ଳୀଳ ନୃତ୍ୟ ପରିବେଷଣ କୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ I ଜିଲ୍ଲା ରେ ଥିବା 330 ଦଳ ର ପରିଚାଳନା ମୁଖ୍ୟ ମନେ ଆସନ୍ତା ବର୍ଷ ଠାରୁ କଳା ସଂସ୍କୃତି, ପରମ୍ପରା, ଆଧ୍ୟାତ୍ମିକ ଭାବଧାରା କୁ ସୁଦୃଢ କରାଇବା ସହ ସାମାଜିକ ଶୃଙ୍ଖଳା କୁ ବଜାୟ ରଖିବା ପାଇଁ ପ୍ରୟାସ କରିବାକୁ କୁହାଯାଇଥିଲା I ଉଗ୍ର ଆଧୁନିକତା ଯୋଙ୍ଗୁ ଆଗାମୀ ପିଢ଼ି ଙ୍କ ଉପରେ କୁପ୍ରଭାବ ପଡୁଛି I ଯୁବ ଗୋଷ୍ଠୀ ଧର୍ମ, ପୂଜାପଦ୍ଧତି, ମନ୍ତ୍ର ଜ୍ଞାନ, ତିଳକ ଗ୍ରହଣ, ନମସ୍କାର ବିଦ୍ଧି ପରି ସଂସ୍କାର ଭାବନା କୁ ଆପଣେଇବା ପାଇଁ ଆମେ ଚେଷ୍ଠା ଆରମ୍ଭ କରିବା ବୋଲି ପଣ୍ଡିତ ପୁରୋହିତ ରାଧାକୃଷ୍ଣ ଦାଶ ଶର୍ମା ମତ ବ୍ୟକ୍ତ କରିଥିଲେ I ଭାରତୀୟ ସଂସ୍କୃତି ମହାନତା କୁ ବଜାୟ ରଖିବା ଦାୟିତ୍ୱ ଆମର ବୋଲି କହିଥିଲେ I ସେଥିପାଇଁ ଆମ ର ପୂର୍ବ ସଂସ୍କୃତି କୁ ଆମେ ଫେରିଯିବା ବୋଲି ସାମୁହିକ ମତ ପ୍ରକାଶ ପାଇଥିଲା I ଏହି ଅବସରରେ ସୋରଡ଼ା ଶାଖା ସଂଯୋଜକ ବିରୁପାକ୍ଷ ବେହେରା ଙ୍କ ସଂଯୋଜନା ରେ 6 ଜଣିଆ କମିଟି ଗଠନ ହୋଇଥିଲା I ସଭାପତି ରୂପେ ସୋମନାଥ ସାହୁ, ଉପସଭାପତି ସଞ୍ଜୟ ପ୍ରଧାନ, ସମ୍ପାଦକ ଭଗବାନ ମୁନି, କୋଷାଧକ୍ଷ ଲଷ୍ମୀନାରାୟଣ ଗୁରୁ, ଉପଦେଷ୍ଠା ଭାବେ ବରିଷ୍ଠ ପୁରୋହିତ, କବି ତଥା ପଣ୍ଡିତ ରାଧା କୃଷ୍ଣ ଦାଶ ଶର୍ମା ଓ ସ୍ନେହ ସୁନ୍ଦର ପଟନାୟକ ଙ୍କୁ ମନୋନୀତ କରାଯାଇଥିଲା I ସମସ୍ତ ନିଷ୍ପତି କୁ ସବୁ ଦଳ ମାନିବା ସହ ଧର୍ମ ସଂସ୍କୃତି କୁ ରକ୍ଷା କରିବାକୁ ଜାଗ୍ରତ ହେବା ପାଇଁ ଶ୍ରୀ ପଟନାୟକ ଅନୁରୋଧ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟ ରେ ସମାଜସେବୀ ଲଡ଼ୁକିଶୋର ଦାସ, ଚିତ୍ତରଞ୍ଜନ ପାଣିଗ୍ରାହୀ,ବଡପୁଞ୍ଜା ବଡ ଅଧିକାରୀ କେଶବ ଗୌଡ଼ ପ୍ରମୁଖ ପରିଚାଳନା ସହ ସମସ୍ତ ନିଷ୍ପତି କୁ ଦୃଢ଼ୀ କରଣ କରିଥିଲେ I