ଦକ୍ଷିଣ ଘୁମୁସର ଟେଣ୍ଟ ଓ ଲାଇଟ ସାଉଣ୍ଡ ମାଲିକ ସଙ୍ଘ ତରଫରୁ ଶୁକ୍ରବାର ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ନିକଟରେ ବୈଠକ ଓ ସଭା ଅନୁଷ୍ଠିତ ହୋଇଯାଇଛି I ସଭାପତି ସୁନୀଲ କୁମାର ଦାସ ପ୍ରଦୀପ ପ୍ରଜ୍ବଳନ କରିଥିଲେ I ବର୍ତ୍ତମାନ ସବୁ ପ୍ରକାର ସଭା, ସମାବେଶ, ଭୋଜି ଆସର ମାନଙ୍କରେ ଟେଣ୍ଟ, ଲାଇଟ, ସାଉଣ୍ଡ, ଫୁଲସଜା, ରୋଷେଇ ହଣ୍ଡା ହାଣ୍ଡି ର ଆବଶ୍ୟକତା ବାଧ୍ୟତା ମୂଳକ ହୋଇଯାଇଛି I ଏପରି ସ୍ଥଳେ ଭିଭିର୍ନ୍ନ ସରଞ୍ଜାମ ପୃଥକ ପୃଥକ ଭାବେ ଯୋଗାଉଥିବା ମାଲିକ ମାନଙ୍କ ମଧ୍ୟରେ ସମନ୍ୱୟ ଭାବ ରଖିବା ସହ ଉତ୍ତମ ପରିଚାଳନା ପାଇଁ କୁହାଯାଇଥିଲା l କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ ଶୃଙ୍ଖଳା ରକ୍ଷା କରିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା, ଭୋଜି, ସମାବେଶ ସ୍ଥଳ ରେ ଜରୁରୀ ପ୍ରସ୍ଥାନ ଦ୍ୱାର ନିଶ୍ଚିତ କରିବା, ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବାକୁ ଚେଷ୍ଟା କରିବା, ସ୍ୱଛତା ପ୍ରତି ଧ୍ୟାନ ରଖିବା ଉପରେ ଆଲୋଚନା ହୋଇଥିଲା I ସଦସ୍ୟ ପଞ୍ଚାନନ ପାଢ଼ୀ କହିଛନ୍ତି ଉଚ୍ଚ ସ୍ୱର, ଯାନ୍ତ୍ରିକ ଉପକରଣ ମାନବ ସ୍ୱାସ୍ଥ୍ୟ ଉପରେ ବିଲୋପକାରୀ ପ୍ରଭାବ ପକାଇଥାଏ I ଲୋକଙ୍କ ମାନସିକ ସୁସ୍ଥତା, ଶବ୍ଦ ନିୟନ୍ତ୍ରଣ କୁ ଦୃଷ୍ଟିରେ ରଖି ସରକାରଙ୍କ ଶବ୍ଦ ପ୍ରଦୂଷଣ ନିୟମାବଳି ଏବଂ ନିୟନ୍ତ୍ରଣ ନିୟମ 2000 ଅନୁଯାୟୀ ସମସ୍ତ ନିର୍ଦେଶାବଳି କୁ କଡା କଡ଼ି ପାଳନ କରାଯିବ I ଅନ୍ୟ ମାନଙ୍କ ମଧ୍ୟରେ ବାବୁ ସାହୁ, ବସନ୍ତ ମହାରଣା,ସ୍ୱାଧୀନ ସାବତ, କାଳିଆ ଗୌଡ଼ ପିଣ୍ଟୁ ସାହୁ, ମଙ୍ଗଳା ମହାରଣା, ସୁବାସ ଗୌଡ଼, କେଦାରନାଥ ପାଣିଗ୍ରାହୀ, ସୁକାନ୍ତ ବିଶୋଇଙ୍କ ସମେତ ଅନେକ ଟେଣ୍ଟ, ଫୁଲ ସଜା, ହଣ୍ଡା ହାଣ୍ଡି, ସାଉଣ୍ଡ ମାଲିକ ମାନେ ଯୋଗ ଦେଇଥିଲେ I ଜାନୁଆରୀ ଦ୍ୱତୀୟ ସପ୍ତାହ ରେ ନୂତନ କର୍ମକର୍ତ୍ତା ଚୟନ ସହ ନୂତନ ଖସଡ଼ା ପ୍ରସ୍ତୁତ କରିବାକୁ ନିଷ୍ପତି ହୋଇଥିଲା I