ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ । କେତେବେଳେ ଥରାଉଛି ତ ପୁଣି କେତେବେଳେ ରାତିରେ ବି ଦରକାର ପଡୁଛି ଫ୍ୟାନ୍ । ଏବେ ପୁଣି ବଢିଛି ଶୀତ । ବିଭିନ୍ନ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଶୁକ୍ରବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସକୁ ଖସିଥିବା ବେଳେ ଝାରସୁଗୁଡା ୮.୬ ଡିଗ୍ରୀ, ଦାରିଙ୍ଗବାଡି ୧୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ସେହିପରି କଟକରେ ପାରଦ ୧୩.୫ ଡିଗ୍ରୀ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ରହିଥିବା ରେକର୍ଡ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶନିବାର ଶୀତ ପ୍ରକୋପ କମିଯିବ । ପରେ ୩-୪ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୩ ରୁ ୫ଡିଗ୍ରୀ ବଢିବା ସମ୍ଭାବନା ରହିଛି । ଶୁକ୍ରବାରଠୁ ପୁଣି ଦିନ ତାପମାତ୍ରା ବଢିବା ଆରମ୍ଭ କରିଥିବା ଜଣାପଡିଛି ।