ବଧୂ ହତ୍ୟା ଅଭିଯୋଗରେ, ସ୍ୱାମୀ-ଶାଶୁ ଆଉ-ଶ୍ୱଶୁର ଗିରଫ, କୁମାର ପୂର୍ଣ୍ଣିମାରେ ଘଟିଛି ଅଘଟଣ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଜରିପଡା ଗ୍ରାମ ଚିଲିକା ସାହି ରେ ଜଣେ ନବବଧୂ ର ମୃତ୍ୟୁ ହୋଇଛି । ପାରିବାରିକ କଳହ ଯୋଗୁଁ ନବବଧୂ ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ବୋଲି ନବବଧୂ ର ଶାଶୂଘର ଲୋକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଯୈ।ତୁକ ପାଇଁ ଶାଶୂଘର ଲୋକମାନେ ହତ୍ୟା କରିଛନ୍ତି ବୋଲି ମୃତକ ର ବାପଘର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଟାଙ୍ଗୀ ପୋଲିସ ଏକ ଯୌତୁକ ଜନୀତ ହତ୍ୟାକାଣ୍ଡ ଆଧାରରେ ଏକ ମାମଲା ରୁଜୁ କରି ମୃତକ ଙ୍କ ର ସ୍ୱାମୀ-ଶାଶୁ ଆଉ ଶ୍ୱଶୁର ଙ୍କୁ ଗିରଫ କରିଛି । Vo- ଆଜକୁ ୪ ରୁ ୫ ମାସ ତଳେ ଟାଙ୍ଗୀ ଥାନା କୁହୁଡି ଗ୍ରାମର ଦଣ୍ଡପାଣୀ ମହାପାତ୍ରଙ୍କ ଝିଅ ମୀନତୀ ସହିତ ଜରିପଡା ଚିଲିକା ସାହିର ଗଂଗାଧର ଉଦଣ୍ଡରାୟଙ୍କ ପୁତ୍ର ତୋଫାନ୍ ଉଦଣ୍ଡ ରାୟ ଙ୍କର ହିନ୍ଦୁ ରୀତି ନୀତି ରେ ବିବାହ ହୋଇଥିଲା । ତେବେ ଅଧିକ ଯୌତୁକ ଦାବି କରି ତୋଫାନଙ୍କ ପରିବାର ଲୋକେ ମୀନତୀଙ୍କୁ ଉଭୟ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ ବୋଲି ମୃତା ମୀନତି ର ବାପଘର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗି ଆଇଆଇସି ବିଜୟ ମଲ୍ଲିକ , ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଜାରି ରଖିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି