ବ୍ୟୁରୋ: ରାଜ୍ୟରେ ଅସହ୍ୟ ହେଲାଣି ତାତି, ଘରୁ ବାହାରିବାକୁ ଲାଗୁଛି ଡର । ତେବେ ୟାଭିତରେ ସବୁଠାରୁ ଚିନ୍ତା ବଢାଉଛି ଥଣ୍ଡା ପାଣି । ହଁ ଆଜ୍ଞା ଫ୍ରୀଜ୍ କିମ୍ବା ଥଣ୍ଡା ପାଣି ପିଉଥିଲେ ହେଇଯାଆନ୍ତୁ ସାବଧାନ ।କାରଣ ଆପଣଙ୍କୁ ହୋଇପାରେ ସାଂଘାତିକ ରୋଗ। ଫ୍ରିଜରେ ସିଧା ଥଣ୍ଡା ପାଣି ବାହର କରି ପିଇଲେ କେବଳ ଯେ ମେଦବହୁଳତା ବୃଦ୍ଧି ପାଇଥାଏ ତା’ ନୁହେଁ, ଏହାକୁ ବାଦ ଦେଲେ ଆହୁରି ବହୁ ରୋଗ ହେବାର ଆଶଙ୍କା ରହିଛି । ଏହାଦ୍ୱାରା ଅଚାନକ ଶରୀରର ତାପମାତ୍ରା ବଦଳୁଥିବାରୁ ବହୁତ କ୍ଷତି ହୋଇଥାଏ । ଅତ୍ୟଧିକ ଥଣ୍ଡା ପାଣି କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥ ପିଇବା ଦ୍ୱାରା ରକ୍ତ ନଳୀ ସଙ୍କୁଚିତ ହୋଇଥାଏ। ଏପରି ସ୍ଥିତିରେ ଆମ ଶରୀର ପାଚନ ପ୍ରକ୍ରିୟା କାମ ନ କରି ପାରି ତାପମାତ୍ରକୁ ନିୟନ୍ତ୍ରଣ କରିବାକୁ ଲାଗିଥାଏ ।ଖାଲି ସେତିକି ନୁହେଁ ଥଣ୍ଡା ପାଣି ପିଇବା ଦ୍ବାରା ହୃଦଘାତର ଆଶଙ୍କା ମଧ୍ୟ ରହିଥାଏ । ଥଣ୍ଡା ପାଣି ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । ଏହାଦ୍ୱାରା ରକ୍ତ ଧିମା ଗତିରେ ଶରୀରରେ ପ୍ରବାହିତ ହେବା ସହ ଶୀରା ପ୍ରଶିରା ସଙ୍କୁଚିତ ହୋଇ ଯାଇଥାଏ। ଏପରିକି ନିୟମିତ ଭାବେ ଥଣ୍ଡା ପାଣି ପିଇବା ଦ୍ୱାରା ବେଳେ ବେଳେ ଶୀରା ପ୍ରଶିରା କଠୋର ହୋଇ ଯାଇଥାଏ। ଫଳରେ ଦୃଦଘାତର ଆଶଙ୍କା ବଢ଼ିଯାଏ ।