ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୦.୦୨): ଆଜି ୭୧ ହଜାର ଯୁବକଙ୍କୁ ମିଳିବ ନିଯୁକ୍ତି । ତୃତୀୟ ରୋଜଗାର ମେଳାରେ ଦେଶର ୭୧ ହଜାର ଯୁବକଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ । ଭର୍ଚ୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ପତ୍ର ପ୍ରଦାନ କରିବେ । ଏହାପୂର୍ବରୁ ଜାନୁଆରୀ ୨୧ରେ ରାଜସ୍ଥାନର ଜୟପୁରରେ ରୋଜଗାର ମେଳା ଆୟୋଜିତ ହୋଇଥିଲା । ଗତବର୍ଷ ଅକ୍ଟୋବରରେ ପ୍ରଥମ ରୋଜଗାର ମେଳାରେ ୭୫ ହଜାର ଯୁବକଙ୍କୁ ବିଭିନ୍ନ ସରକାରୀ କ୍ଷେତ୍ରରେ ନିଯୁକ୍ତି ମିଳିଥିଲା । ରୋଜଗାର ମେଳା ମାଧ୍ୟମରେ ପାଖାପାଖି ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ୭୮ଟି ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଉଛି ।