ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡା ଆଜି ଚଳ ଚଞ୍ଚଳ ହୋଇ ଉଠିଛି ।ତୃତୀୟ ବାର୍ଷିକ ହନୁମାନ ବାଟିକା ପ୍ରତିଷ୍ଠା ଉତ୍ସବ ଏହା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏଠାରେ ମହାବୀର ହନୁମାନ ଜିଉଙ୍କର ୧୧ଟି ଅବତାରକୁ ନେଇ ଏକ ବାଟିକା ବନାଯାଇଛି ମୁଖ୍ୟ ଆକର୍ଷଣ ମହାବୀର ହନୁମାନ ଜିଉଙ୍କ ଉଚତା ୫୮ଫୁଟ ହୋଇଥିବାରୁ ଏହା ଓଡ଼ିଶାର ତୃତୀୟ ସ୍ଥାନରେ ବାଟିକା ଭାବେ ପରିଗଣିତ ହୋଇଛି।
ହନୁମାନ ବାଟିକା କୁ ଲାଗି ଏକ ପାର୍କ ମଧ୍ୟ ଅଛି।ଉତ୍ସବ ଟିକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ପ୍ରତ୍ଯେକ ଦିନ ହଜାର ହଜାର ଶ୍ରଧାଳୁ ଙ୍କ ଭିଡ ଜମେ ।ମୁଖ୍ୟତଃ ମହାପ୍ରଭୁ ଜଗନ୍ନାଥଙ୍କ ଚତୁର୍ଦ୍ଦା ମୁର୍ତ୍ତି ମାନଙ୍କୁ ସୁନାବେଶ ରେ ସାଜ ସଜା କରାଯାଇଥାଏ।ଏହି କାର୍ଯ୍ୟକ୍ରମ ତିନିଦିନ ଧରି ପାଳନ କରାଯାଏ ,ପ୍ରଥମ ଦିନରେ ୩୦୦ ସହ ରୁ ଉର୍ଦ୍ଧ ମହିଳା ମାନେ କଳସ ସୋଭା ଯାତ୍ରା ବାହାରି ସମଗ୍ର ଅଞ୍ଚଳ ପରିକ୍ରମା କରିଥାନ୍ତି ।
ଏହା ପରେ ସେଠାରେ ସୂର୍ଯ୍ୟ ପୂଜା,ଗୋମାତା ପୂଜା,ହୋମ ଯଜ୍ଞ ଇତ୍ୟାଦି କାର୍ଯ୍ୟ କ୍ରମ ଆରମ୍ଭ ହୋଇଥାଏ ।ଭକ୍ତ ଙ୍କ ପାଇଁ ପ୍ରତେକ ଦିନ ସନ୍ଧ୍ୟା ରେ ଭଜନ,ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।ଏହି ପ୍ରତିଷ୍ଠା ଉତ୍ସବ ମୁଖ୍ୟତଃ ପୁରୀ ବଡ଼ଛତା ମଠର ମହନ୍ତ ଶ୍ରୀ ସ୍ୱଯ୍ୟନାରାୟଣ ଦାସ ବାବାଜୀ ମହାରାଜ ଦାୟିତ୍ଵ ରେ ସମାପନ କରାଜାଏ। ପ୍ରତିଷ୍ଠା ଦିବସରେ ୧୦୦ରୁ ଅଧିକ ବାବାଜୀ ସାଧୁ ସନ୍ତ ମାନେ ଯୋଗ ଦେଇ ଥିବାର ଦେଖିବାର ମିଳିଥିଲା ।