ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ। କାରଣ ଘରେ ଏହାକୁ ରଖିବା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହାର ପତ୍ରକୁ ଖାଇବା ଦ୍ବାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି, ଭଗବାନ ବିଷ୍ଣୁଙ୍କଠାର ଭୋଗ ନଲାଗିବା ଯାଏଁ ତୁଳସୀ ପତ୍ର ପୂର୍ଣ୍ଣ ହୋଇନଥାଏ। ସେଥିଲାଗି ଭୋଗ ଲଗାଇବା ପୂର୍ବରୁ ତୁଳସୀ ପତ୍ର ନିଶ୍ଚୟ ରହିବା ଆବଶ୍ୟକ। ପୂଜା, ପାଠ ଏବଂ ସ୍ବାସ୍ଥ୍ୟ ବ୍ୟତୀତ ତୁଳସୀ ଗଛର ଅନେକ ମହତ୍ବ ରହିଛି। ଘରେ ଚାଲିଥିବା ସମସ୍ୟାରୁ ତୁଳସୀର କିଛି ପତ୍ର ମୁକ୍ତି ଦେଇପାରିବ ।ଯଦି ଆପଣଙ୍କ ମନରେ କୌଣସି ଇଚ୍ଛା କିମ୍ବା ଅଭିଳାଷ ଅଛି ଏବଂ ଆପଣ ତାକୁ ଖୁବ୍ ଶୀଘ୍ର ପୂରଣ କରିବାକୁ ଚହୁଁଛନ୍ତି। ତେବେ ୫ଟି ତୁଳସୀ ପତ୍ରକୁ ନେଇ କୌଣସି ନାଲି ରଙ୍ଗର କାଗଜରେ ଗୁଡ଼ାଇ ଠାକୁର ଘରେ ରଖି ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ତାହାର ପୂଜା କରନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ମନର ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହୋଇଥାଏ। ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହୁଛି, ତେବେ ଆପଣ ଶୋଇବା ସମୟରେ ଆପଣଙ୍କ ତକିଆ ତଳେ ୫ଟି ତୁଳସୀ ପତ୍ର ରଖନ୍ତୁ। ଏହା କରିବା ଦ୍ବାରା ନକରାତ୍ମକ ଶକ୍ତି ଦୂରୀଭୂତ ହୋଇଥାଏ। ଧ୍ୟାନ ରଖିବେ ଯେଉଁ କାରଣ ପାଇଁ ଆପଣ ପତ୍ର ରଖୁଛନ୍ତି ସେ ପତ୍ର ଯେପରି ସତେଜ ହୋଇଥିବ। ଆପଣ ଯେଉଁ କୌଣସି ସମସ୍ୟାରୁ ବଞ୍ଚିତ ହେବାକୁ ଚାହୁଁଥିବେ। ତେବେ ଏହି ଉପାୟକୁ ୨୧ ଦିନ ପର୍ଯ୍ୟନ୍ତ ଆପଣଙ୍କୁ କରିବାକୁ ପଡିବ। ଯଦି ପତ୍ର ସୁଖି ଯାଏ, ତେବେ ତାହାକୁ ଫୋପାଡିବା ପରିବର୍ତ୍ତେ ପାଣିରେ ଭସାଇ ଦେବେ। କିଛିଦିନ ପରେ ଆପଣଙ୍କୁ ସକରାତ୍ମକ ପରିଣାମ ଦେଖିବାକୁ ମିଳିବ।