ନୂଆଦିଲ୍ଲୀ ,(ଏନଏନଏସ ଓଡ଼ିଆ /୦୬ .୦୨): ସୋମବାର ଭୋର ସମୟରେ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଏତେ ଭୟଙ୍କର ଥିଲାଯେ ଥରିଲା ତୁର୍କୀର ନୁର୍ଦଗ ପ୍ରାନ୍ତ । ଦକ୍ଷିଣ ତୁର୍କୀର ଗଜିୟାଣ୍ଟେପରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା 7.8 ରେକର୍ଡ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ 15 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା । ଏହାର କେନ୍ଦ୍ରସ୍ଥଳୀ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭କିଲୋମିଟର ଗଭୀରତାରେ ରହିଛି । ସିରିଆରେ ମଧ୍ୟ ଅନୁଭୂତ ହୋଇଛି ଭୂମିକମ୍ପର ପ୍ରଭାବ ।