ବର୍ତ୍ତମାନ ତାଲା ବନ୍ଦ ର ବେଶ୍ ଫାଇଦା ଉଠାଉଛନ୍ତି ବାଲି ମାଫିଆ ମାନେ । ଗ୍ରାମବାସୀ ଙ୍କୁ ହାତ କରି ଦୈନିକ ଚୋରା ଚାଲାଣ ହେଉଛି ସହ ସହ ବାଲି ଟ୍ରିପ୍। ସବୁ ଜାଣି ମଧ୍ୟ ଚୁପ ରହୁଛନ୍ତି ସ୍ଥାନୀୟ ତହସିଲଦାର । ସୂଚନା ଅନୁଯାୟୀ କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀ ବ୍ଳକର ନାଟୀ ବାଲିଘାଟ ଟି ଭୁବନେଶ୍ବର ର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ନାମ ରେ ରହିଛି । କିନ୍ତୁ ସରକାରୀ ତଥ୍ୟ ଅନୁସାରେ ଉକ୍ତ ବାଲିଘାଟର ୭୦ ଭାଗ ଜଗତ୍ସିଂହପୁର ଜିଲ୍ଲା ରେ ଯାଉଥିବା ବେଳେ ୩୦ ଭାଗ କଟକ ଜିଲ୍ଲା ଅନ୍ତର୍ଗତ କିନ୍ତୁ କିଛି ବାଲି ମାଫିଆ ବିନା ଆର୍ ଫର୍ମ ରେ ସହ ସହ ବାଲି ଟ୍ରିପ ଚୋରା ଚାଲାଣ କରୁଛନ୍ତି । ଅନ୍ୟ ପଟେ ସ୍ତାନୀୟ ଗ୍ରାମ ବାସୀ ଦୈନିକ ବାଲି ଗାଡି ରୁ ଚାନ୍ଦା ଆଦାୟ କରୁଛନ୍ତି । ଯାହାକୁ ନେଇ ଗାଡି ଚାଳକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବନ୍ୟା ଜଳ ପୂର୍ବରୁ ବେଆଇନ୍ ଭାବେ ରାତାରାତି ନଦୀ ରୁ ବାଲି ଉଠାଯାଇ ବର୍ଷା ଦିନ ପାଇଁ ସରକାରୀ ଜମି ରେ ମହଜୁଦ ରଖା ଯାଉଛି । କିନ୍ତୁ ମୁଖ୍ୟ କଥା ହେଉଛି ଦୈନିକ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ରାଜ୍ଵସ ଲୁଟ୍ ହେଉଥିବା ବେଳେ ସବୁ ଦେଖି ଜଗତ୍ସିଂହପୁର ପ୍ରଶାସନ ଚୁପ୍ ରହିଛି । ଅନ୍ୟ ପଟେ ନାଉଗାଁ ତହସିଲଦାର ସମସ୍ତ ବେଆଇନ୍ ବାଲିଘାଟ ରେ ଚଢାଉ କରି ଘାଟ କୁ ବନ୍ଦ କରି ପ୍ରସଂଶା ର ପାତ୍ର ହୋଇଥିବା ବେଳେ ଜଗତସିଂହପୁର ତହସିଲଦାର ଙ୍କ ଦେଖା ମିଳୁନି । ତହସିଲଦାର ଓ ବାଲି ମାଫିଆ ଙ୍କ ଭିତିରି ମଧୁଚନ୍ଦ୍ରିକା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଚୋରା ବାଲି ଚାଲାଣ ରେ ସ୍ଥାନୀୟ ପ୍ରଶାସନ ର ହାତ ରହୁଛି ବୋଲି ଜିଲ୍ଲା ବାସୀ ଙ୍କ ମନ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କାହାର ସ୍ଵାର୍ଥ ରେ ଏଠି ଲକ୍ଷାଧିକ ଟଙ୍କା ରାଜସ୍ୱ ଲୁଟ୍ ହେଉଛି ।
#SANDSCAM #NNSODIA