ନୂଆଦିଲ୍ଲୀ: ବଢ଼ୁଛି କରୋନା ସଂକ୍ରମଣ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମାର୍ଚ୍ଚ ୩୧ ଯାଏଁ ଲକଡାଉନ ବୃଦ୍ଧି କରିଛନ୍ତି । ତାମିଲନାଡୁରେ ଆସନ୍ତା ଏପ୍ରିଲ ୬ରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ହେଲେ ଅଫିସ, ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ କାର୍ଯ୍ୟ ଜାରି ରହିବ। ରାଜ୍ୟ ସରକାର ନୂଆ ନିର୍ଦ୍ଦେଶରେ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।ପୂର୍ବରୁ ୨୦୨୧ ମସିହା ଫେବୃଆରୀ ୨୮ ତାରିଖ ପର୍ୟ୍ୟନ୍ତ ସଟଡାଉନ ଲାଗୁ କରାଯାଇଥିଲା। ଲକଡାଉନ୍ ସମୟରେ ବିଭିନ୍ନ କାର୍ଯ୍ୟାଳୟ, ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚାଲି ପାରିବ। ଏଥିସହ ସମସ୍ତ ଲୋକ ଯେଭଳି ମାସ୍କ, ସାମାଜିକ ଦୂରତା ଓ ପରିସ୍କାର ପରିଚ୍ଚନ୍ନ ରହିବେ ସେ ନେଇ ସୁନିଶ୍ଚିତ କରାଇବାକୁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।