<h3>କିଛି ଦିନର ଆଶ୍ୱସ୍ତି ପରେ ପୁଣି ରାଜ୍ୟରେ କଲବଲ କରୁଛି ତାତି ।ଅସହ୍ୟଖରାରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପଥିକମାନେ ।ଏହାରି ଭିତରେ ଲୋକଙ୍କୁ ଏହି ଗରମ ଦାଉରୁ ରକ୍ଷା କରିବା ପାଇଁ ଅନନ୍ୟ ଉପାୟ ଆପଣାଇଛନ୍ତି ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ନମ୍ବର ବ୍ଲକ ରାସ୍ତାରେ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଥିବାରୁ "ଶୀତଳ ବାମ୍ଫ" ର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ମାନେ ଏହି ସ୍ଥାନରେ ରହି ଥଣ୍ଡା ପାଣି ପିଇବା ସହ ଶୀତଳ ବାମ୍ଫର ଆନନ୍ଦ ନେଉଛନ୍ତି। ଏଠାରେ ଶୀତଳ ବାମ୍ଫ ନେବା ପାଇଁ ଭିଡ ପରିଲକ୍ଷିତ ମଧ୍ୟ ହେଉଛି। ଏପରି କାର୍ୟ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆୟୋଜନ କରିଥିବାରୁ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଛନ୍ତି।</h3>