ପିପିଲି – ବୀର ମାଟିର ସହୀଦ ମାନଙ୍କ ଉଦ୍ଦେଶ୍ୟରେ ଦିଲ୍ଲୀ ଦରବାରରେ ନିର୍ମାଣ ହେବ ଅମୃତ ବାଟିକା। ଏନେଇ ଡେଲାଙ୍ଗ ବ୍ଲକ୍ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ୪ର୍ଥ ଦିବସ ରେ ପହଂଚିଛି । ବୀର ମାଟି କୁ ନମନ୍ ବୀରଙ୍କୁ ବନ୍ଦନ୍ କରି ଆଜି ଚତୁର୍ଥ ଦିନରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ୱିତ ପାତ୍ର ଓ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ କର୍ମକର୍ତ୍ତା ମାନଙ୍କ ସହ ଡେଲାଙ୍ଗ ଜେନାପୁର, ଗୁଆଳିପଡ଼ା ପଂଚାୟତର ବିଭିନ୍ନ ଗ୍ରାମ ବୁଲି ଦୁଆରୁ ଦୁଆରୁ ଦୁଇ ଗୋଟି ପାତ୍ର ରେ ମାଟି ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ନେତୃବୃନ୍ଦ ଓ କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇ ଘରକୁ ଘର ବୁଲି ମା ମାନଙ୍କ ଠାରୁ ମାଟି ସଂଗ୍ରହ କରିଥିଲେ। ।
ଏଥିରେ ଗ୍ରାମ ର ମୂରବୀ ଓ ଶତାଧିକ ମହିଳା ପୁରୁଷ ସାମିଲ ହୋଇ ଡଃ ସମ୍ୱିତ ପାତ୍ର ଓ ଆଶ୍ରୀତ ପଟ୍ଟନାୟକ ଙ୍କୁ ସ୍ବାଗତ କରି ଗ୍ରାମ କୁ ପାଛୋଟି ନେଇଥିଲେ। ସାରା ଦେଶ ରେ ପ୍ରଧାନମନ୍ତ୍ରୀ ଙ୍କ ଏଭଳି ଦେଶ ପ୍ରେମ ଆତ୍ମିୟତା ଭାବ କାର୍ଯ୍ୟକ୍ରମକୁ ଡେଲାଙ୍ଗ ଅଞ୍ଚଳବାସୀ ବହୁ ପ୍ରଶଂସା କରି ଆଶ୍ରୀବାଦ କରିଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ପୁରୀ ଜିଲ୍ଲାର ସମସ୍ତ ବ୍ଲକରେ ଜାରୀ ରହିବ ବୋଲି ଉଭୟ ନେତା କହିଛନ୍ତି ।