ସମ୍ବଲପୁର ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓ ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନରୁ ଚିତା ମୃଗ ସ୍ଥାନାନ୍ତରିତ ପ୍ରକିୟା ଆରମ୍ଭ ହୋଇଛି। ପ୍ରଥମ ପର୍ୟ୍ୟାୟରେ ୧୨ଟି ହରିଣ ସ୍ଥାନାନ୍ତରିତ ହୋଇଥିଲା। ସେହିପରି ଦିନତମାମ ପ୍ରତ୍ୟେକ ବ୍ୟାଚ୍ରେ ୧୨-୧୬ ପର୍ୟ୍ୟାୟରେ ମୋଟ ୧୧୫ଟି ଚିତା ମୃଗ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି। ଡେବ୍ରିଗଡ଼ କ୍ୱାରାଣ୍ଟିନ୍ ଏନକ୍ଲୋଜରରେ ହରିଣମାନଙ୍କୁ ରଖାଯାଇଛି। ଏହି ଏନକ୍ଲୋଜର ୧.୨ ହେକ୍ଟର ରହିଥିବା ବେଳେ ସେଥିରେ ସଲ୍ଟଲିକ୍, ୱାଟର ପୁଲ୍, ଟ୍ରିଟମେଣ୍ଟ କେୟାର ୟୁନିଟ୍, ସିସିଟିଭି କ୍ୟାମେରା ଗୋଟିଏ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ୟୁନିଟ୍ ରହିଛି। ଏହା ସହ ଚାରି ପାଖରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହରିଣମାନେ ପ୍ରାୟ ୩ ରୁ ୪ ସପ୍ତାହ ପର୍ୟ୍ୟନ୍ତ କ୍ୱାରାଣ୍ଟିନରେ ରହିବେ ଏବଂ ପରେ ସେମାନେ ଡେବ୍ରିଗଡ଼ର ପ୍ରାକୃତିକ ବାସସ୍ଥାନରେ ମୁକ୍ତ କରାଯିବ। ଏହି ସ୍ଥାନ ଆଂଶିକ ଭାବରେ ଉଭୟ ଚରିବା ଏବଂ ବିଚରଣ କରିବା ପାଇଁ ଉପଯୁକ୍ତ ଘାସଭୂମି, ଜଙ୍ଗଲ, ସଂଲଗ୍ନ ହିରାକୁଦ୍ ଜଳଭଣ୍ଡାରକୁ ଆଚ୍ଛାଦିତ କରୁଛି। ଏହା ହରିଣମାନଙ୍କୁ ତୃଣଭୂମି, ଜଙ୍ଗଲ ଏବଂ ଜଳଭଣ୍ଡାରରେ ଅଭ୍ୟସ୍ତ କରିବାରେ ସାହାଯ୍ୟ କରିବ। ୭ ରୁ ୮ ପ୍ରକାରର ଖଜୁରୀ ଘାସ ସହିତ ୧୦ ରୁ ୧୨ ଟି ବ୍ରାଉଜେବଲ୍ ଚାରା କିସମ ଔଷଧୀୟ ଓ ପୁଷ୍ଟିକର ବୃକ୍ଷ ରହିଛି। ସମସ୍ତ ହରିଣର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଛି। ଏହା ସହ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ଭୁବନେଶ୍ୱରର ବନ୍ୟଜନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ପରୀକ୍ଷା କରି ଏହି ସାର୍ଟିଫିକେଟ୍ ପ୍ରଦାନ କରିଛି।