<h3>ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରରେ ଦିନ ଦ୍ବିପହରରେ ଲୁଟ । ୫ ଲକ୍ଷ ଲୁଟ ହୋଇଥିବା ନେଇ ଡୁଙ୍ଗୁରିପାଲି ଥାନା ରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରୁ ଡୁଙ୍ଗୁରିପାଲି ଶାଖା ପରିଚାଳକ ଶାଶ୍ବତ କୁମାର ପାଣିଗ୍ରାହୀ ୫ ଲକ୍ଷ ଟଙ୍କାର ଏକ ଚେକ ଡୁଙ୍ଗୁରିପାଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରୁ ଟଙ୍କା ଆଣିବାକୁ ନିର୍ଦେଶ ଦେଇଥିଲେ । ଚେକ ନେଇ ଗୋପାଳ ସାହୁ ଏବଂ ସିକୁରିଟିଗାଡ ତପନ କର୍ଣ୍ଣ ବାଇକ୍ ଯୋଗେ ବ୍ୟାଙ୍କ୍ କୁ ଯାଇ ଏକ ବ୍ୟାଗରେ ଟଙ୍କା ଧରି ଫେରୁଥିବାବେଳେ ବିଡିସିସି ବ୍ୟାଙ୍କ ପାଖରେ ପଛ ପଟରୁ ଏକ କଲା ରଙ୍ଗର ବାଈକରେ ତିନି ଜଣ ଯୁବକ ଆସି ବାଇକକୁ ଗୋଇଠା ମାରିଥିଲେ । ଫଳରେ ବାଇକ୍ ଭାର ସାମ୍ୟ ହରାଇ ଥିବାବେଳେ ସେମାନେ ବାଇକ୍ ସାମନା କୁ ଆସି ପିସ୍ତଳ ଦେଖାଇ ଟଙ୍କା ବେଗ ଦେବାକୁ କହିଥିଲେ । ଟଙ୍କା ନଦେଲେ ଗୁଲି ମାରିବାକୁ ଧମକ ଦେଇଥିଲେ । ଭୟରେ ସେମାନେ ଟଙ୍କା ବେଗ୍ ଦେଈ ଦେଇଥିଲେ । ଟଙ୍କା ବେଗ୍ ଧରି ସେମାନେ ସହର ମଧ୍ୟ ଦେଈ ଫେରାର ମାରିଥିଲେ । ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ପରେ ସହରର ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।</h3>