ଗାଜିଆବାଦ : କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଡିସେମ୍ବର ପର୍ଯ୍ୟନ୍ତ ଚଳାଇବାର ମଧ୍ୟ ଯୋଜନା ରହିଛି। ଭାରତୀୟ କୃଷକ ୟୁନିୟନର କୃଷକମାନଙ୍କୁ ଧାରଣାସ୍ଥଳରେ ଗରମ୍ ଓ ବର୍ଷା ଦୁଇଟି ପାଗକୁ ଦୃଷ୍ଟିରେ ରଖି ଟେଣ୍ଟ ଲଗାଇବାକୁ କହିଛି। ଯାହାଫଳରେ ତାଭ୍କୁ ଆଗକୁ ହେବାକୁ ଥିବା ପାଣିପାଗରେ ଯେପରି କୌଣସି ଅସୁବିଧା ନହେବ। ଭାରତୀୟ କୃଷକ ୟୁନିୟନର ସୂଚନା ଅନୁସାରେ, ସରକାର ଏପର୍ଯ୍ୟନ୍ତ କୃଷକଙ୍କ ସହିତ ଆଲୋଚନା କରିବା ନେଇ କୌଣସି ନିମନ୍ତ୍ରଣ ପଠାଇ ନାହାନ୍ତି। ଏହାଦ୍ବାରା ସରକାରଙ୍କ ଉଦେଶ୍ୟ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକେତ୍ ଗାଜିପୁର ବର୍ଡରରେ ଧାରଣାରେ ବସିଥିବା କୃଷକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁଥିବା ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ କହିଛି। ସେ କହିଛନ୍ତି, ଏହି ଆନ୍ଦୋଳନ ନଭେମ୍ବର-ଡିସେମ୍ବର ପର୍ଯ୍ୟନ୍ତ ଟାଣି ହୋଇଯିବ। ତେଣୁ ଧାରଣାସ୍ଥଳରେ ଟେଣ୍ଟକୁ ପାଣିପାଗ ଅନୁସାରେ ତିଆରି କରନ୍ତୁ। ରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି, ଆନ୍ଦୋଳନ ଦ୍ବାରା ଦେଶକୁ କୌଣସି ପ୍ରକାର କ୍ଷତି ହେବନି, ବଂର କ୍ଷତି ରେଲଓ୍ବେ ବିକ୍ରି କରିବା ଓ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବା ଦ୍ବାରା ହେବ। ସେ କହିଛନ୍ତି, ଆନ୍ଦୋଳନ ସମୟରେ ମଧ୍ୟ କୃଷକ କ୍ଷେତରେ କାମ କରୁଛି। ସେ ଦେଶର ଲୋକଙ୍କରେ ଭୋକିଲା ରଖିବ ନାହିଁ। ୨୬ ମାର୍ଚ୍ଚରେ ବନ୍ଦକୁ ସଫଳ କରିବା ପାଇଁ ଟ୍ରାନ୍ସପୋର୍ଟର ଓ ଦୋକାନୀଙ୍କୁ ମଧ୍ୟ ସାମିଲ କରାଯିବ।