ବିଜୁଳି ପାଇଁ ଅଭିନବ ପ୍ରତିବାଦ । ଯାଜପୁରରୁ ଆସି କେନ୍ଦ୍ରାପଡାରେ ଦେଲେ ଧାରଣା । ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । କିରୋସିନ, ଡିବି , ଲଣ୍ଠନ ଜାଳି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦେଇଛନ୍ତି କୋମଳମତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । । ଗାଁକୁ ବିଦ୍ୟୁତ ସଂଯୋଗ ନଥିବା ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ରେ ବସିଛନ୍ତି ଯାଜପୁର ଜିଲ୍ଲା ମହାକାଳପଡା ଗାଁ ଲୋକେ । ଏହି ଗାଁ ଲୋକଙ୍କ ବିଦ୍ୟୁତ ସବଡିଭିଜନ କେନ୍ଦ୍ରାପଡାର ଇନ୍ଦୁପୁରଠାରେ ରହିଛି । ଯାହାଫଳରେ କି ବିଦ୍ୟୁତ ସଂଯୋଗରୁ ବଂଚିତ ହୋଇଛନ୍ତି ଏହି ଗ୍ରାମର ୧୨ ଟି ପରିବାର । ଯାହାରପ୍ରତିବାଦରେ ଲୋକେ ଧାରଣାରେ ଦେଇଛନ୍ତି । ଗାଁରେ ବିଦ୍ୟୁତ ନଥିବାରୁ ଲୋକେ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ପିଲାଙ୍କ ପାଠପଢାରେ ମଧ୍ୟ ବାଧା ଉପୁଜୁଛି ।
ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ,ସରପଞ୍ଚ , ତହସିଲଦାର, ବରୀ ବ୍ଲକର ବିଡ଼ିଓ ସମସ୍ତଙ୍କୁ ଅବଗତ କରାଯାଇଛି । ଅନ୍ୟପଟେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଯାଜପୁର ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିଶ୍ରୃତି ଦିଆଯାଇଥିଲା । ହେଲେ ଘଟଣାକୁ ଦୀର୍ଘ ଦିନ ବିତି ଯାଇ ଥିଲେ ସୁଧା ଏଯାଏଁ କୌଣସି ସମାଧାନର ବାଟ ବାହାରି ପାରି ନାହିଁ । ଦୀର୍ଘଦିନ ହେବ ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି ଗାଁ ଲୋକେ । ସମସ୍ୟାର ସମାଧାନ ନ ହେବାରୁ ବାଧ୍ୟ ହୋଇ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।