ଜଟଣୀ : ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ବାଛରl ପାଟଣା ସ୍ଥିତ ମୁଣ୍ଡିଆ ତଳରେ ଥିବା ସାମରିକ ବିଭାଗର ଜମିରେ ଶନିବାର ପ୍ରାୟ 11:30 ମିନିଟ୍ ସମୟରେ ଅଚାନକ ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଧୂଆଁ ବଳୟ ଓ ନିଆଁ ଧାସ ମଧ୍ୟରେ ଅସ୍ତବ୍ୟସ୍ତ ହୋଇଛନ୍ତି l ସୂଚନା ଯୋଗ୍ୟ ଯେ ଖାତା ନମ୍ବର୍ 308 ଓ ପ୍ଲଟ ନଂ 449 ଥାଇ 7 ଏକର 510 ଡିସିମିଲ ପରିମିତ ସାମରିକ ବିଭାଗର ଏହି ସ୍ଥିତିବାନ ଜମି ଦୀର୍ଘବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ରହି କିଛି ଅଂଶ ଜବର୍ ଦଖଲ ହୋଇ ରାସ୍ତା ନିର୍ମାଣ ହୋଇଥିବା ବେଳେ ଅଳିଆ ଆଗରୁ ପଡି ରହି ଡମ୍ପିଙ୍ଗ୍ ୟାର୍ଡ଼ ରେ ପରିଣତ ହେବା ସହ ଅନାବନା ଘାସ ଲଟା ରେ ଆଚ୍ଛାଦିତ ହୋଇ ଏକ କ୍ଷୁଦ୍ର ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା l ତେବେ ଅଗ୍ନିକାଣ୍ଡ ର ସଠିକ କାରଣ ଜଣା ପଡ଼ିନଥିବା ବେଳେ ନିଆଁ ଧୀରେ ଧୀରେ ଲାଗି ପବନ ପ୍ରକୋପରେ ବ୍ୟାପୀ ଯାଇଥିଲା! ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁ କୁ ଆୟତ କରିଥିଲେ I