ଜାତିଗଲା ହେଲେ ପେଟ ପୁରିଲାନି । ମା ଯାଇଥିଲା ନିଜର ସନ୍ତାନକୁ ଜନ୍ମ ଦେବା ପାଇଁ । ନିଜଠାରୁ ସେ ଅଧିକ ଭରସା କରିଥିଲା ଡାକ୍ତର ବାବୁଙ୍କୁ । ହେଲେ ସେ କଣ ଜାଣିଥିଲା, ଯାହାକୁ ସେ ଭଗବାନ ଭାବିଥିଲା ସେ ତାର ଜୀବନ ନେଇଜିବ ବୋଲି । ହଁ ଆଜ୍ଞା ଦୀର୍ଘ ୯ ମାସର ଯନ୍ତ୍ରଣା ପରେ ସେ ନିଜ ଛୁଆକୁ ଦେଖିଥାନ୍ତା, ଆଉ ନିମିଷକେ ଭୁଲିଯାଇଥାନ୍ତା ସେ ଯନ୍ତ୍ରଣାକୁ । ହେଲେ ବିଧାତାର ଲେଖା କିଛି ଅଲଗା ଥିଲା । ଛୁଆ ଦୁନିଆ ଦେଖିଥାନ୍ତା । ହେଲେ ସେ ଏଡେ ହତ ଭାଗିନି ଯେ ନିଜ ଛୁଆକୁ ଦେଖିବା ଆଗରୁ ଆଖି ବୁଜିଦେଲା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବିରିଡ଼ିହି ଗ୍ରାମର ଅଭିମନ୍ୟୁ ଘଡ଼ାଇଙ୍କ ସ୍ତ୍ରୀ ମଞ୍ଜୁଲତା ଘଡ଼ାଇଙ୍କ ପାଖରେ ।
ସୂଚନା ଅନୁଯାୟୀ ଡେଲିଭରି ପାଇଁ ପ୍ରଥମେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ସେଠାରୁ ଭଦ୍ରକ ଗେଲପୁର ସ୍ଥିତ ଏମସିଏଚ ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଯାହାକୁ ନେଇ ମେଡିକାଲ ସାମ୍ନାରେ ପରିବାର ଲୋକଙ୍କର ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ପରିବାର ଲୋକଙ୍କ କହିବା ଅନୁସାରେ ଡାକ୍ତରଙ୍କ ଅବହେଳା ପାଇଁ ପ୍ରସୂତିଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରୁଛି .ତେବେ ଡାକ୍ତର ଓ ଷ୍ଟାପଙ୍କ ଅବହେଳା ଯୋଗୁଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକମାନେ ଥାନାରେ ଅଭିଯୋଗ କରିଥିବା ନେଇ ସୂଚନ ମିଳିଛି ।