ବଲାଙ୍ଗୀର- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ନିକଟସ୍ଥ ମାତୃ ଓ ଶିଶୁ ଡାକ୍ତରଖାନା ରେ ଶିଶୁ ମୃତ୍ୟୁ ଘଟଣା ନେଇ ତୀବ୍ର ଉତ୍ତେଜନା ପାଇଛି । ପ୍ରକାଶ ଯେ,ଟିଟିଲାଗଡ ଥାନା ଅନ୍ତର୍ଗତ ଗୋଏଡାବରି ଗ୍ରାମ ର ଲମ୍ବୁଧର ବେନିଆ ତାଙ୍କ ଗର୍ଭବତୀ ସ୍ତ୍ରୀ ସରିତା ବେନିଆଙ୍କୁ ପ୍ରସବ ନିମନ୍ତେ ଭର୍ତ୍ତି କରି ଥିଲେ । ସଠିକ୍ ଭାବେ ବିଭାଗୀୟ କର୍ମଚାରୀ ପ୍ରସବ କରାଇ ଥିବା ବେଳେ ଏକ ଶିଶୁ ପୁତ୍ର ଜନ୍ମ ହୋଇ ଥିଲା,ହେଲେ ତାର ଅବସ୍ଥା ଗୁରୁତର ହେବାରୁ ଦିନ ପ୍ରାଏ ଗୋଟାଏ ସମୟ ରେ କାର୍ଯ୍ୟରତ ଶିଶୁରୋଗ ବିଶେଷଜ୍ଞ ଡ଼ାଃ ବିଜୁ ଅଗ୍ରୱାଲ ଅନୁପସ୍ଥିତ ଥିବା ତଥା ସେ ଡାକ୍ତରଖାନା ବଦଳ ରେ ସାତ କିଲୋମିଟର ଦୂର ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସର ରେ ଥିବା ତାଙ୍କ ସରକାରୀ ବାସଭବନ ରେ ରୋଗୀ ଙ୍କୁ ଫିସ ନେଇ ଦେଖୁଥିଲେ । ସରକାରୀ ନିୟମ ଉଲ୍ଲଙ୍ଘନ ସହ ଅର୍ଥ ନେଇ ରୋଗୀ ଦେଖୁଥିବା ବେଳେ ଶିଶୁ ଜନ୍ମ ହେବା ପରେ ତାଙ୍କୁ ପ୍ରସବ ଗୃହ ରୁ ବାରମ୍ବାର ଫୋନ୍ କଲ ଯୋଗେ କର୍ମଚାରୀ ଡାକି ଥିଲେ ସୁଦ୍ଧା ସେ ସମୟ ଗଡ଼େଇ ଦିନ ୪ ଟା ବେଳକୁ ଡାକ୍ତରଖାନା ଆସିଥିଲେ ଓ ସେତେବେଳେ ଶିଶୁ ର ମୃତ୍ୟୁ ଘଟିଥିଲା । ଆଇ ସି ୟୁ ର ଏହି ଚିକିତ୍ସାଳୟ ରେ ବ୍ୟବସ୍ଥା ନ ଥିବା ବେଳେ ତାଙ୍କୁ ତୁରନ୍ତ ବଲାଙ୍ଗୀର ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତର ଖାନା କୁ ସ୍ଥାନାନ୍ତର ନ କରିବା ଯୋଗୁଁ ଶିଶୁ ପୁତ୍ର ର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତରଖାନା ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତର ଙ୍କ ଏ ନେଇ ଆମେ ପ୍ରତିକ୍ରିୟା ନେବା ଚେଷ୍ଟା କରିଥିବା ବେଳେ ତାଙ୍କୁ ସାକ୍ଷାତ କରିବା ସମ୍ଭବ ହୋଇ ନ ଥିଲା । ଡାକ୍ତର ଙ୍କ ଏଭଳି ଖାମ,ଖିଆଲ ମନୋଭାବ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।